ନୂଆଦିଲ୍ଲୀ: ଜମ୍ମୁର ଆର୍ନିଆ ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସମାନେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଆର୍ନିଆ ସେକ୍ଟରର ବିକ୍ରମ ପୋଷ୍ଟ୍ ଉପରେ ଆଜି ସକାଳ ପ୍ରାୟ ୮.୧୫ ସମୟରେ ପାକିସ୍ତାନୀ ରେଞ୍ଜର୍ସମାନେ ଗୁଳିମାଡ଼ କରିଥିଲେ। ଫଳରେ ୨ ଜଣ ବିଏସଏଫ୍ ଯବାନ ଆହତ ହୋଇଛନ୍ତି। ଭାରତ-ପାକିସ୍ତାନ ସେନା ମଧ୍ୟରେ ୨୦୨୧ ଫେବ୍ରୁଆରି ମାସରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପରେ ଏହା ପ୍ରଥମ ଅସ୍ତ୍ରବିରତି ଉଲ୍ଲଂଘନ। ଆହତ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୨୦୨୧ ଫେବ୍ରୁଆରି ୨୫ରେ ଭାରତ ଏବଂ ପାକିସ୍ତାନ ଜମ୍ମୁ କାଶ୍ମୀର ଏବଂ ଅନ୍ୟ ସେକ୍ଟରରେ ଅସ୍ତ୍ରବିରତି ପାଳନ ପାଇଁ ରାଜି ହୋଇଥିଲେ। କିନ୍ତୁ ଏହାସତ୍ତ୍ବେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଉଲ୍ଲଂଘନର କଡ଼ା ଜବାବ ପାକିସ୍ତାନକୁ ମିଳିବ ବୋଲି ଆଜି ଭାରତୀୟ ସେନା ଚେତାଇ ଦେଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp