ନୂଆଦିଲ୍ଲୀ: ପାକିସ୍ତାନ କିଛି ନା କିଛି ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି। ନିକଟରେ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା  (ଏଲଓସି) ବାଡ଼ ନିର୍ମାଣ କାର୍ଯ୍ୟ ଚାଲିଥିବା ଖବର ମିଳିଛି। ନିୟନ୍ତ୍ରଣ ରେଖା ନିକଟ ନୌଶେରାନାଡ଼ରେ ପାକିସ୍ତାନୀ ସେନା ଦ୍ୱାରା କରାଯାଉଥିବା ନିର୍ମାଣ କାର୍ଯ୍ୟକୁ ରୋକିବା ପାଇଁ ଭାରତୀୟ ସେନାକୁ ଚେତାବନୀ ଗୁଳି ଚଳାଇବାକୁ ପଡ଼ିଥିଲା। ଭାରତୀୟ ସେନାର ଗୁଳିଚାଳନା ଭୟରେ ପାକିସ୍ତାନ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଥିବା ସୂଚନା ମିଳିଛି। ଶନିବାର ଜମ୍ମୁ-କଶ୍ମୀରର ଗୁରେଜ ସେକ୍ଟରରେ ମଧ୍ୟ ଏକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଯଦିଓ ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ, ତଥାପି ପୁଲିସ ଏହି ଗୁଳିକାଣ୍ଡ କୁ ନିଶ୍ଚିତ କରିଛି।

Advertisment

ନିୟନ୍ତ୍ରଣ ରେଖା ନିକଟ ନୌଶେରାନାଡ଼ରେ ପାକିସ୍ତାନୀ ସେନା ଦ୍ୱାରା କରାଯାଉଥିବା ନିର୍ମାଣ କାର୍ଯ୍ୟକୁ ରୋକିବା ପାଇଁ ଭାରତୀୟ ସେନାକୁ ଚେତାବନୀ ଗୁଳି ଚଳାଇବାକୁ ପଡ଼ିଥିଲା। ଭାରତୀୟ ସେନାର ଗୁଳିଚାଳନା ଭୟରେ ପାକିସ୍ତାନ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଥିବା ସୂଚନା ମିଳିଛି।

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଦିପୋରା ଜିଲ୍ଲାର ନୌଶେରାନାଡରେ ନିୟନ୍ତ୍ରଣ ରେଖା ନିକଟରେ ପ୍ରାୟ ୩୦ରୁ ୪୦ ଜଣ ପାକିସ୍ତାନୀ ସୈନିକ ଉପସ୍ଥିତ ଥିବା ଯବାନମାନେ ଦେଖିଥିଲେ। ସେମାନଙ୍କୁ ବିପୁଳ ପରିମାଣର ଯନ୍ତ୍ରପାତି ସହ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସାମଗ୍ରୀକୁ ନେଇ ସେ ସେଠାରେ ଏକ ବଙ୍କର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା । ପାକିସ୍ତାନୀ ସେନା ଏହି ନିର୍ମାଣ କାର୍ଯ୍ୟ କରୁଥିଲା।
ଘଟଣାର ଗମ୍ଭୀରତା ଦେଖି ଭାରତୀୟ ସେନା ପ୍ରଥମେ ପାକିସ୍ତାନୀ ସେନାକୁ ଚେତାବନୀ ଦେବା ସହ ତୁରନ୍ତ କାମ ବନ୍ଦ କରିବାକୁ କହିଥିଲା। ପ୍ରଥମେ ଲାଲ ପତାକା ଦେଖାଇ ପାକିସ୍ତାନୀ ସେନାକୁ ଚେତାବନୀ ଦିଆଯାଇଥିଲା। ଏହା ସତ୍ତ୍ୱେ ପାକିସ୍ତାନୀ ସେନା ନିର୍ମାଣ କାର୍ଯ୍ୟ ବନ୍ଦ ନ କରିବାରୁ ଦୁଇ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଯାହା ପରେ ସେଠାରେ ନିର୍ମାଣ କାର୍ଯ୍ୟ ବନ୍ଦ କରି ସୈନିକମାନେ ଫେରିଯାଇଥିଲେ। ତେବେ ଏହି ଘଟଣାକୁ ନେଇ ଭାରତୀୟ ସେନା ସତର୍କ ହୋଇଯାଇଛି ।