ନୂଆଦିଲ୍ଲୀ: ଭାରତର ଭୟଙ୍କର ଆକ୍ରମଣ ଆଗରେ ଭୟଭୀତ ପାକିସ୍ତାନ । ଭାରତୀୟ ସେନାର ରୌଦ୍ରରୂପ ଦେଖି ଡରିଗଲା ପାକିସ୍ତାନ । ଭୟ ଆତଙ୍କରେ ଥରହର ହେଉଥିବା ପାକିସ୍ତାନ ଶେଷରେ କିଛି ବାଟ ନପାଇ ଭାରତ ଆଗରେ ମୁଣ୍ଡ ନୁଆଁଇ ଦେଇଛି ଆଉ ଯୁଦ୍ଧବିରତି ପାଇଁ ଗୁହାରୀ କରିଛି । ଲଗାତାର ଦୁଇ ଦେଶ ଭିତରେ ଉତ୍ତେଜନା ସ୍ଥିତିରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି ଆଉ ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପରେ ଶେଷରେ ବନ୍ଦ ହେଲା ଭାରତ-ପାକିସ୍ତାନ ଯୁଦ୍ଧ । ୧୨ ତାରିଖରେ ପରବର୍ତ୍ତୀ ଆଲୋଚନା ଥିବା ବେଳେ ୧୨ ତାରିଖ ଯାଏଁ ଏକ ପ୍ରକାର ଅସ୍ତ୍ରବିରତି ରହିଛି ।
"Pakistan's DGMO called Indian DGMO at 15:35 hours earlier this afternoon. It was agreed between them that both sides would stop all firing and military action on land, in the air & sea with effect from 1700 hours IST. Instructions have been given on both sides to give effect to… https://t.co/rEhleUtOXq pic.twitter.com/zUhZ3X0R0g
— ANI (@ANI) May 10, 2025
ସେପଟେ ପାକିସ୍ତାନର ଡିଜିଏମଓ ଆଜି ଅପରାହ୍ନ ୩ଟା ୩୫ରେ ଭାରତର ଡିଜିଏମଓଙ୍କୁ ଫୋନ କରି କଥା ହୋଇଥିଲେ । ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ କରିଥିଲେ । ଜଳ, ସ୍ଥଳ, ଆକାଶରେ କୌଣସି ସୈନ୍ୟ ଆକ୍ସନ ନହେବାକୁ ସହମତି ଦେଇଥିଲେ । ଆଉ ଭାରତ-ପାକ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି ।
ତେବେ ସବୁଠାରୁ ବଡ଼ କଥା ହେଉଛି ଯୁଦ୍ଧ ବିରାମ ନେଇ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ଅସ୍ତ୍ରବିରତି ଘୋଷଣା ହେବା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆତଙ୍କବାଦ ବିରୋଧରେ ଲଢେଇ ଜାରି ରହିବ । ଆତଙ୍କବାଦକୁ କେବେ ବି ପ୍ରଶ୍ରୟ ଦିଆଯିବନି । ମେ' ୧୨ ତାରିଖ ବୈଠକରେ ବି ଆତଙ୍କବାଦକୁ ନେଇ କୌଣସି ପ୍ରକାର ସାଲିସ କରାଯିବନି ।