ପରୀକ୍ଷଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ପାକିସ୍ତାନର ୭୫୦ କି. ମି. ଦୂର ଲକ୍ଷଭେଦୀ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଭୂପୃଷ୍ଠରୁ ନିକ୍ଷେପ କରାଯିବା ଭଳି ୭୫୦ କିଲୋମିଟର ଦୂର ଲକ୍ଷଭେଦୀ ପାକିସ୍ତାନୀ କ୍ଷେପଣାସ୍ତ୍ର ଦ୍ୱିତୀୟ ବାବର ପରୀକ୍ଷଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ମାର୍ଚ ୧୯ ତାରିଖ ଦିନ ବାଲୋଚିସ୍ତାନ ଅନ୍ତର୍ଗତ ସୋନମିଆନି ପରୀକ୍ଷଣ ରେଞ୍ଜରୁ ଉତକ୍ଷେପିତ ହେବାର ଦୁଇ ମିନିଟ ପରେ ଏହାର ଡେଲିଭରି ପ୍ଲାଟଫର୍ମ ଭାଙ୍ଗିପଡ଼ିଥିଲା । ସେତେବେଳକୁ କ୍ଷେପଣାସ୍ତ୍ରଟି ମାତ୍ର ୧୪ କିଲୋମିଟର ଯାଇଥିଲା ।

Representative Image Source: Hindustan Times

ନିରାପତ୍ତା ଯୋଜନାକାରୀ ଏବଂ ପାକିସ୍ତାନର ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହା ହେଉଛି କ୍ଷେପଣାସ୍ତ୍ର ଦ୍ୱିତୀୟ ବାବରର କ୍ରମାଗତ ଦ୍ୱିତୀୟ ବିଫଳତା । ଏହି ସେମି-ସୋନିକ୍ କ୍ଷେପଣାସ୍ତ୍ରର ପୂର୍ବବର୍ତ୍ତୀ ପରୀକ୍ଷଣ ୨୦୧୮ ମସିହା ଏପ୍ରିଲ୍ ୧୦ ତାରିଖରେ କରାଯାଇଥିଲା । ତାହା ମଧ୍ୟ ବିଫଳ ହୋଇଥିଲା ।

Image Source: CSIS

ବିଶେଷସୂତ୍ରରୁ ପ୍ରକାଶ ଯେ ଭାରତର “ଡିଆରଡିଓ’ ଦ୍ୱାରା ବିକଶିତ ୧୦୦୦ କି. ମି. ଦୂରଭେଦୀ “ନିର୍ଭୟ’ କ୍ରୁଜ୍ କ୍ଷେପଣାସ୍ତ୍ର ସହ ମୁକାବିଲା କରିବାକୁ ପାକିସ୍ତାନ ପ୍ରଥମ ମୋଗଲ ସମ୍ରାଟ ବାବରଙ୍କ ନାମାନୁସାରେ ଏହି କ୍ଷେପଣାସ୍ତ୍ର ନିର୍ମାଣ କରୁଛି । ଏହାକୁ ନିର୍ମାଣ କରାଇବାରେ ପାକିସ୍ତାନକୁ ସହଯୋଗ କରୁଛି ଚୀନ୍ । ଏଥିପାଇଁ ଦ୍ୱିତୀୟ ବାବର କ୍ଷେପଣାସ୍ତ୍ର ପରୀକ୍ଷା ପୂର୍ବରୁ ପାକିସ୍ତାନର ଦଳେ କ୍ଷେପଣାସ୍ତ୍ର ବିଶେଷଜ୍ଞ ଚୀନ୍ ଗସ୍ତରେ ଯାଇଥିଲେ ।

ଭାରତର “ନିର୍ଭୟ’ କ୍ଷେପଣାସ୍ତ୍ର କ୍ରମାଗତ ୬ଥର ସଫଳତାର ପରୀକ୍ଷା ହୋଇସାରିଲାଣି । ଶେଷ ପରୀକ୍ଷଣ ବେଳେ ଏହା ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଥିଲା ।

ସମ୍ବନ୍ଧିତ ଖବର