ଇସ୍ଲାମାବାଦ : ସାଉଦି ଆରବ ଠାରୁ ୧ ବିଲିୟନ ଡଲାର ସହାୟତା ପାଇବା ସତ୍ତ୍ୱେ ପାକିସ୍ତାନର ଆର୍ଥିକ ଅବସ୍ଥା ଦିନକୁ ଦିନ ଅଧିକ ଦୟନୀୟ ହେବାରେ ଲାଗିଛି । ଗତ ସେପ୍ଟେମ୍ବର ଶେଷସୁଦ୍ଧା ପାକିସ୍ତାନର ବୈଦେଶିକ ଋଣ ଏବେ ରେକର୍ଡ ୯୬.୭ ବିଲିୟନ ଡଲାରରେ ପହଞ୍ଚିଛି ବୋଲି ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ କହିଛି । ତେବେ ସେପ୍ଚେମ୍ବର ପରେ ଚୀନଠାରୁ ପାକିସ୍ତାନ ଆଣିଥିବା ୩ ବିଲିୟନ ଡଲାରର ଋଣକୁ ମିଶାଇଲେ ମୋଟ ବୈଦେଶିକ ଋଣ ପରିମାଣ ୧୦୦ ବିଲିୟନ ଡଲାରକୁ ଟପିଯିବ । ଏଣେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ଏବେ ୭.୫ ବିଲିୟନ (୧ ବିଲିୟନ ୧୦୦ କୋଟି) ଡଲାରରୁ ବି ତଳକୁ ଖସିଯାଇଛି ।
ଜରୁରୀ ସାମଗ୍ରୀ ଯେପରିକି ତେଲ କିଣିବା ପାଇଁ ପାକିସ୍ତାନ ପାଖରେ ଅର୍ଥ ନାହିଁ । ଏଥିପାଇଁ ପାକିସ୍ତାନ ନିଜର ମିତ୍ର ଦେଶ ଯଥା ଚୀନ ଓ ସାଉଦି ଆରବ ନିକଟରେ ହାତ ପତାଉଛି । ସାଉଦି ଆରବ ୩ ବିଲିୟନ ଡଲାର ସହାୟତା ଦେବ ବୋଲି ଘୋଷଣା କରିଥିଲ । କିନ୍ତୁ ଆଜି ଆସିଥିବା ସୂଚନା ଅନୁସାରେ ସାଉଦି ଆରବ ମାତ୍ର ୧ ବିଲିୟନ ଡଲାର ପଠେଇଛି । ଏ ସଂପର୍କରେ ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/pak-1.jpg)