ଇସଲାମାବାଦ :  ଭାରତର ‘ଟିକା କୂଟନୀତି’ ସମଗ୍ର ବିଶ୍ବରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ଓ ଅନ୍ତର୍ଜାତୀୟ ସମୁଦାୟ ଏହାକୁ ସମର୍ଥନ ଜଣାଇଥିଲେ । ଭାରତର ଦେଖାଦେଖି ପାକିସ୍ତାନ ଏକ ଆମ୍ବ କୂଟନୀତି କରି ବିଶ୍ବରେ ନିଜର ପ୍ରଭାବ ବୃଦ୍ଧି କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏପରି କରି ବେଶ ଅପଦସ୍ତ ହୋଇଛି ଏହି ପଡ଼ୋଶୀ ଦେଶ ।

Advertisment

କଥା ହେଉଛି ପାକିସ୍ତାନ ସରକାରଙ୍କ ପକ୍ଷରୁ ଆମେରିକା, ଚୀନ, ଫ୍ରାନ୍ସ, ବ୍ରିଟେନ, ଋଷିଆ, ତୁର୍କୀ ପ୍ରଭୃତି ୩୨ଟି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଗୋଟିଏ ଲେଖାଏଁ ଆମ୍ବ ପେଟି ପଠାଯାଇଥିଲା । ପେଟିରେ ଥିବା ପାକିସ୍ତାନର ପ୍ରସିଦ୍ଧ ଚୌସା ଆମ୍ବ । କିନ୍ତୁ କରୋନା କଟକଣା କାରଣରୁ ଅଧିକାଂଶ ଦେଶ ଏହି ଆମ୍ବ ପେଟି ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ମନା କରିଦେଇଥିବା ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ଚୀନ, କାନାଡା, ନେପାଳ, ଇଜିପ୍ଟ, ଶ୍ରୀଲଙ୍କା ।

ଗତ ବର୍ଷ ମଧ୍ୟ ପାକିସ୍ତାନ ପକ୍ଷରୁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଆମ୍ବ ପଠାଯ଼ାଇଥିଲା ।