ଦିଲ୍ଲୀ: ପାକିସ୍ତାନୀ ହ୍ୟାକର୍ ଗୋଷ୍ଠୀ ଭାରତରେ ସେମାନଙ୍କର ସାଇବର ଆଟାକ୍ ନେଟ୍ୱାର୍କକୁ ବିସ୍ତାର କରିଛନ୍ତି ଏବଂ ସେମାନେ ବର୍ତ୍ତମାନ ଦେଶର ଟେଲିକମ୍, ଶକ୍ତି ଏବଂ ଅର୍ଥ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଥିବା ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି ବୋଲି ଏକ ନୂତନ ରିପୋର୍ଟରେ ଚେତାବନୀ ଦିଆଯାଇଛି।
ଅକ୍ଟୋବର ୨୦୨୦ରେ ରିପୋର୍ଟ ମିଳିଥିଲା ଯେ ପାକିସ୍ତାନୀ ଆଡ୍ଭାନ୍ସଡ୍ ପର୍ସିଷ୍ଟେଣ୍ଟ ଥ୍ରେଟ୍ (ଏପିଟି) ଗୋଷ୍ଠୀ ଭାରତୀୟ ପ୍ରତିରକ୍ଷା ୟୁନିଟ୍କୁ ଟାର୍ଗେଟ କରିଛି। ସାଇବର ସିକ୍ୟୁରିଟି ଫାର୍ମ ସେକ୍ରାଇଟ୍ର ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ୨୦୧୯ରୁ ସକ୍ରିୟ ଥିବା ଏପିଟି ‘ଅପରେସନ୍ ସାଇଡ୍କପି’ ପାକିସ୍ତାନ ସମର୍ଥିତ ‘ଟ୍ରାନ୍ସପାରେଣ୍ଟ ଟ୍ରାଇବ୍’ ଗୋଷ୍ଠୀ ଦ୍ୱାରା ସାଇବର ଗୁପ୍ତଚର ଅଭିଯାନ ଚଳାଇଥିବା ବେଳେ ତାହା ବର୍ତ୍ତମାନ ଭାରତରେ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଥିବା ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ଟାର୍ଗେଟ କରୁଛି। whatismyipaddress.comର ତଥ୍ୟ ବ୍ୟବହାର କରି ଆଇପିର ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସେହି ଆଇପି ଠିକଣା ପ୍ରଦାନକାରୀ ହେଉଛି ପାକିସ୍ଥାନୀ ଟେଲିକମ୍ କମ୍ପାନୀ ଲିମିଟେଡ୍। ଟ୍ରାନ୍ସପାରେଣ୍ଟ୍ ଟ୍ରାଇବ୍ ଗ୍ରୁପ୍ ଦ୍ୱାରା ପରିଚାଳିତ ଅପରେସନ୍ ସାଇଡ୍କପି ପାକିସ୍ତାନରୁ ଉତ୍ପନ୍ନ ହେଉଛି ବୋଲି ମଧ୍ୟ ଅନୁସନ୍ଧାନକାରୀମାନେ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ପିଏସ୍ୟୁଗୁଡ଼ିକ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ଉଚିତ ବୋଲି କୁହାଯାଇଛି।