ପାକିସ୍ତାନ : ରାଜନୈତିକ ହତ୍ୟାକାଣ୍ଡର ଲମ୍ବା ଇତିହାସ

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଆଜି ହୋଇଥିବା ଆକ୍ରମଣ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଅନେକ ନେତା ଏହାକୁ ନିନ୍ଦା କରିଛନ୍ତି । ତେବେ ଆଜିର ଘଟଣା ପରେ ପୁଣି ପାକିସ୍ତାନର ରକ୍ତାକ୍ତ ରାଜନୈତିକ ଇତିହାସ ଚର୍ଚ୍ଚାକୁ ଆସିଛି ।

୧୯୪୭ ରେ ଦେଶର ପ୍ରତିଷ୍ଠା ପରଠାରୁ ପାକିସ୍ତାନରେ ଏକାଧିକ ରାଜନୈତିକ ନେତାଙ୍କୁ ହତ୍ୟା କରାଯାଇଛି । ଇମ୍ରାନଙ୍କ ସମେତ ଏହି ଦେଶର କୌଣସି ପ୍ରଧାନମନ୍ତ୍ରୀ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିନାହାଁନ୍ତି।

ଲିଆକତ୍ ଅଲ୍ଲି ଖାଁ
ଜୁଲଫିକର ଅଲ୍ଲି ଭୁଟ୍ଟୋ
ବୋନଜୀର ଭୁଟ୍ଟୋ

 

ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲି ଖାନଙ୍କୁ ରାୱଲପିଣ୍ଡିର କମ୍ପାନୀ ବାଗ୍ ରେ ହତ୍ୟା କରାଯାଇଥିଲା ଏହି ସ୍ଥାନକୁ ପରେ ଲିଆକତ ବାଗ ନାମରେ ନାମିତ ହୋଇଥିଲା।

ପାକିସ୍ତାନର ଅନ୍ୟ ଜଣେ ଲୋକପ୍ରିୟ ନେତା ଜୁଲଫିକର ଅଲି ଭୁଟ୍ଟୋଙ୍କୁ ଜେନେରାଲ ଜିଆ-ଉଲ ହକଙ୍କ ସାମରିକ ପ୍ରଶାସନ ୧୯୭୯ରେ ଫାଶୀ ଦେଇଥିଲା । ତାଙ୍କୁ ଲିଆକାଟ୍ ବାଗ୍ ଠାରୁ ଅଳ୍ପ ଦୂରରେ ଫାଶୀ ଦିଆଯାଇଥିଲା । ଫାଶୀ ଦିଆଯିବାର ନଅ ବର୍ଷ ପରେ ଜିଆ ଉଲ ହକ ଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । କେତେକ ବିଶ୍ୱାସ କରନ୍ତି ଯେ ଏହା ଏକ ହତ୍ୟା ଥିଲା ।

ଜୁଲଫିକରଙ୍କ ହତ୍ୟାର ୨୮ ବର୍ଷ ପରେ ୨୦୦୭, ଡିସେମ୍ବର ମାସରେ ତାଙ୍କ କନ୍ୟା ତଥା ପାକିସ୍ତାନର ଦୁଇ ଥର ପ୍ରଧାନମନ୍ତ୍ରୀ ରହିଥିବା ବେନଜୀର ଭୁଟ୍ଟୋଙ୍କୁ ଏକ ନିର୍ବାଚନ ରାଲି ବେଳେ ହତ୍ୟା କରାଯାଇଥିଲା ।

 

 

ସମ୍ବନ୍ଧିତ ଖବର