ଜାରି ରହିଛି ପାକିସ୍ତାନର ଆଣବିକ କଳାବଜାର , ନୂଆ ଗ୍ରାହକ ତୁର୍କୀ

ନୂଆଦିଲ୍ଲୀ : ବିଗତ କିଛି ବର୍ଷ ଧରି ପାକିସ୍ତାନ ଓ ତୁର୍କୀର ବନ୍ଧୁତ୍ୱ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଖୋଲାଖୋଲି ସହାୟତା କରୁଛି ତୁର୍କୀ । ଏହାର ବଦଳରେ ସିରିଆ ଉପରେ ତୁର୍କୀର ଆକ୍ରମଣକୁ ପାକିସ୍ତାନ ସମର୍ଥନ କରିଥିଲା ।
ବିଶେଷଜ୍ଞମାନେ ଏବେ ଏହି ବନ୍ଧୁତ୍ୱକୁ ସଂଦେହ ଦୃଷ୍ଟିରେ ଦେଖୁଛନ୍ତି । ପାକିସ୍ତାନ ତୁର୍କୀକୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର କରିବାରେ ସହାୟତା କରୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଲଣ୍ଡର ଏକ ଗବେଷଣା ସଂସ୍ଥା ଇଣ୍ଟରନାସନାଲ ଇନଷ୍ଟିଚ୍ୟୁଟ ଅଫ ଷ୍ଟ୍ରାଟର୍ଜିକ ଷ୍ଟଡିଜର ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ତୁର୍କୀକୁ ପରମାଣୁ ଅସ୍ତ୍ର ଓ ଟେକନଲୋଜୀ ଯୋଗାଉଛି ।

ପୂର୍ବରୁ ପାକିସ୍ତାନର ପରମାଣୁ ବିଜ୍ଞାନୀ ଅବଦୁଲ କାଦିର ଖାଁ ୩ଟି ଦେଶ ଇରାନ, ଲିବିୟା ଓ ଉତ୍ତର କୋରିଆକୁ ଗୋପନରେ ପରମାଣୁ ଟେକନଲୋଜୀ ଯୋଗାଇଥିବା ଜଣାପଡିଥିଲା । ଏବେ ସଂଦେହ କରାଯାଉଛି ଯେ ପାକିସ୍ତାନର ଆଣବିକ ଟେକନଲୋଜୀ ପାଇଁ ଏକ ୪ର୍ଥ ଦେଶ ମଧ୍ୟ ରହିଛି । ତାହା ହେଉଛି ତୁର୍କୀ ।

ସମ୍ବନ୍ଧିତ ଖବର