ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତାକାଲି ସଂସଦରେ ଭୋଟ୍ ଗ୍ରହଣ ହେବ। ପୂର୍ବାହ୍ନ ୧୦ଟା ୩୦ରେ ଭୋଟ୍ ଗ୍ରହଣ ପାଇଁ ଧାର୍ଯ୍ୟ ହୋଇଛି । ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାଚସ୍ପତି ଅନାସ୍ଥା ଉପରେ ଭୋଟ୍ ଗ୍ରହଣ ପାଇଁ ଅଧିବେଶନ ଡକାଇଛନ୍ତି। ଗତକାଲି ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ଘୋଷଣା କରି ପୂର୍ବରୁ ଉପ ବାଚସ୍ପତି କ୍ବାସିମ ସୁରି ଅନାସ୍ଥା ପ୍ରସ୍ତାବ ଖାରଜ ପାଇଁ ନେଇଥିବା ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। ଅନାସ୍ଥା ଭୋଟ୍କୁ ନେଇ ପାକିସ୍ତାନର ବିଭିନ୍ନ ଅଂଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇସ୍ଲାମାବାଦରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଇମ୍ରାନ୍ଙ୍କ ବିରୋଧରେ ବିରୋଧୀ ଦଳମାନେ ଏକଜୁଟ ଥିବାରୁ ସରକାର କ୍ଷମତାରୁ ଯିବା ନିଶ୍ଚିତ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସରକାର ଭାଙ୍ଗିବା ପାଇଁ ବିଦେଶୀ ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏ ବାବଦରେ ଦେଖାଉଥିବା ଚିଠି ଓ ଅନ୍ୟ ପ୍ରମାଣ ଆଧାରରେ ଏହି ତଦନ୍ତ ହେବ ବୋଲି ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି।
ପାକିସ୍ତାନ ରାଜନୈତିକ ସଙ୍କଟ: ଇମ୍ରାନ୍ଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଆଜି
‘ବିଦେଶୀ ଷଡ଼ଯନ୍ତ୍ର’ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ
/sambad/media/post_attachments/wp-content/uploads/2022/04/fhsf5465465sfhsfhshfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)