ପାକିସ୍ତାନରେ କୃଷ୍ଣ ମନ୍ଦିରର ନବୀକରଣ ପାଇଁ ୨୦ଲକ୍ଷ ଟଙ୍କା ଦେଲେ ପଞ୍ଜାବ ପ୍ରଦେଶ ସରକାର

ନୂଆଦିଲ୍ଲୀ : ରାଓ୍ଵଲପିଣ୍ଡି ସହରରେ ଥିବା କୃଷ୍ଣ ମନ୍ଦିରର ନବୀକରଣ କରିବା ପାଇଁ ପାକିସ୍ଥାନର ପଞ୍ଜାବ ପ୍ରଦେଶ ସରକାର ୨୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିବା ଜଣାପଡ଼ିଛି । ପର୍ବପର୍ବାଣିମାନଙ୍କରେ କୃଷ୍ଣ ମନ୍ଦିରକୁ ଅନେକ ଭକ୍ତ ଆସୁଥିବା ବେଳେ ସେମାନେ ଠିକ୍‌ ଭାବରେ ଦର୍ଶନ କରି ପାରନ୍ତି ନାହିଁ । ସ୍ଥାନାଭାବରୁ ଭକ୍ତମାନଙ୍କୁ ଦର୍ଶନରେ ଅସୁବିଧା ହେଉଥିବା ବେଳେ ମାତ୍ର ୬-୭ଜଣ ଭକ୍ତ ହିଁ ଦର୍ଶନ କରି ପାରୁଥିଲେ । ଯାହା ଫଳରେ କିଛି ଭକ୍ତମାନଙ୍କର ଭଗବାନ କୃଷ୍ଣଙ୍କୁ ଦର୍ଶନା କରିବାର ଇଚ୍ଛା ଇଚ୍ଛାରେ ହିଁ ରହି ଯାଉଥିଲା ।

indianexpress.com

ଏହି ସବୁ ଅସୁବିଧାର ସମାଧାନ କରିବାକୁ ଯାଇ କୃଷ୍ଣ ମନ୍ଦିରର ନବୀକରଣ ପାଇଁ ନିଷ୍ପତ୍ତିି ନେଇଛନ୍ତି ପାକିସ୍ଥାନର ପଞ୍ଜାବ ପ୍ରଦେଶ ସରକାର । ଟ୍ରଷ୍ଟ ବୋର୍ଡ଼ର ଉପପ୍ରଶାସକ ମହମ୍ମଦ ଅଶିଫ୍‌ଙ୍କ କହିବା ଅନୁଯାୟୀ,ପ୍ରାନ୍ତୀୟ ବିଧାନସଭାର ସଦସ୍ୟଙ୍କ କହିବା ପରେ ସରକାର ଏହି ଘୋଷଣା କରିଛନ୍ତି । ରାଓ୍ଵଲପିଣ୍ଡିରେ ଥିବା ମନ୍ଦିରରେ ସକାଳେ ଏବଂ ସଂନ୍ଧ୍ୟାରେ ପୂଜା କରାଯାଉଥିବା ବେଳେ ୭ରୁ ଅଧିକ ଭକ୍ତ ଭଗବାନଙ୍କ ଦର୍ଶନ କରି ପାରନ୍ତି ନାହିଁ, ଯାହା ଫଳରେ ଏହି ନିଷ୍ପତ୍ତିି ନିଆଯାଇଛି । ନବୀକରଣର କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ନବୀକାରଣ ସମୟରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ଥିବା ଘରକୁ ବନ୍ଦ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି । ନବୀକରଣ ପରେ ଅଧିକ ଭକ୍ତ ଭଗବାନ କୃଷ୍ଣଙ୍କ ଦର୍ଶନ କରି ପାରିବା ସହ ମନ୍ଦିରରେ ଭକ୍ତମାନଙ୍କ ପାଇଁ ଅନେକ ସୁବିଧା କରାଯିବ ବୋଲି ଅଶିଫ୍‌ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର