ନିୟୁୟର୍କ: ଗୁରୁବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହିଦ୍ ଖାକନ୍ ଅବ୍ଦାସି କହିଛନ୍ତି ଯେ ଭାରତୀୟ ସେନାର ‘କୋଲ୍ଡ୍ ଷ୍ଟାର୍ଟ ଡକ୍ଟ୍ରିନ୍’କୁ ମୁକାବିଲା କରିବା ନିମନ୍ତେ ତାଙ୍କ ଦେଶ ସର୍ଟ-ରେଞ୍ଜ୍ ଆଣବିକ ଅସ୍ତ୍ର ବିକଶିତ କରିଛି। କାଉନ୍ସିଲ୍ ଅନ୍ ଫରେନ୍ ରିଲେସନ୍ସ୍ର ଏକ ପ୍ରଶ୍ନର ଏ ଭଳି ଉତ୍ତର ଦେଇଛନ୍ତି ଶାହିଦ୍।
ପାକିସ୍ତାନର ଆଣବିକ ଆଗ୍ନେୟାସ୍ତ୍ର ସବୁ ନିରାପଦ ଏବଂ ଦୃଢ଼ ବୋଲି ଭରସା ଦେଇ କହିଛନ୍ତି ଅବ୍ଦାସି। ସେ ଦାବି କରିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ଉପରେ ଚରମପନ୍ଥୀମାନେ ନିୟନ୍ତ୍ରଣ ଆଣିପାରିବେ ନାହିଁ। ସେ ଆହୁରି କହିଛନ୍ତି: ଆଣବିକ ଆବର୍ଜନା କିପରି ନିୟନ୍ତ୍ରଣ କରାଯିବ, ତାହା ପାକିସ୍ତାନକୁ ଜଣା।