କଶ୍ମୀରକୁ ଭାରତର ଅଂଶ ଭାବେ ଦର୍ଶାଇଥିବା ଦୁଇ ସାମ୍ବାଦିକଙ୍କୁ ବହିଷ୍କାର କଲା ପାକିସ୍ତାନର ସରକାରୀ ଟିଭି ‘ପିଟିଭି ନିଉଜ୍’

ଇସ୍‌ଲାମାବାଦ୍‌: କଶ୍ମୀରକୁ ଭାରତର ଅଂଶ ଭାବେ ଦର୍ଶାଉଥିବା ଏକ ମାନଚିତ୍ରର ଦୃଶ୍ୟ ପ୍ରସାରଣ କରିଥିବା କାରଣରୁ ପାକିସ୍ତାନର ରାଷ୍ଟ୍ରାୟତ ଟିଭି ‘ପିଟିଭି ନିଉଜ୍’ ଦୁଇ ଜଣ ସାମ୍ବାଦିକଙ୍କ ବହିଷ୍କାର କରିଛି। ଦୂରଦର୍ଶନରେ ପ୍ରସାରିତ ଦେଶର ଏହି ମାନଚିତ୍ରଟି ତ୍ରୁଟିଯୁକ୍ତ ବୋଲି କାରଣ ଭାବେ ଦର୍ଶାଯାଇଛି।

ଜୁନ୍‌ ୬ ତାରିଖ ଦିନ ଘଟିଥିବା ଘଟଣାଟି ପ୍ରସଙ୍ଗରେ ଜୁନ୍‌ ୮ ତାରିଖ ଦିନ ପାର୍ଲାମେଣ୍ଟ୍‌ରେ ଉତ୍ଥାପନ କରାଯାଇଥିଲା। ଏହା ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସିନେଟ୍‌ ଚେୟାର୍‌ମ୍ୟାନ୍ ସାଦିକ୍ ସଞ୍ଜରନି ଏହି ମାମଲାଟିକୁ ‘ଷ୍ଟାଣ୍ଡିଙ୍ଗ୍ କମିଟି ଅନ୍ ଇନ୍‌ଫର୍‌ମେସନ୍ ବୋର୍ଡକାଷ୍ଟିଙ୍ଗ୍’କୁ ପଠାଇଥିଲେ।

Image Courtesy of India Today

ଜୁନ୍ ୭ ତାରିଖ ଦିନ ପାକିସ୍ତାନ ଟେଲିଭିଜନ୍ (ପିଟିଭି) ପରିଚାଳନା ସାମାଜିକ ଗଣମାଧ୍ୟମରେ କହିଥି‌ଲା କି, ଘଟଣାର ତଦନ୍ତ ଚାଲିଛି ଏବଂ ଏହି ପ୍ରମାଦ ନିମନ୍ତେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ପରେ ଜୁନ୍ ୧୦ ତାରିଖ ଦିନ ଏହି ମାମଲାରେ ସମ୍ପୃକ୍ତ ଦୁଇଜଣ ସାମ୍ବାଦିକଙ୍କୁ ବହିଷ୍କାର କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ କି, ପାକିସ୍ତାନର ସରକାରୀ ମାନଚିତ୍ରରେ କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ଦର୍ଶାଯାଇଥାଏ।

 

ସମ୍ବନ୍ଧିତ ଖବର