ଜୈସଲମେର: ଜୈସଲମେର ଜିଲ୍ଲାର ଶାହଗଡ଼ ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ପଟୁ ଭାରତକୁ ଆସିଥିବା ଏବଂ ଜିପିଏସ୍ ଟ୍ରାକର ଲାଗିଥିବା ଏକ ପ୍ରଶିକ୍ଷିତ ବାଜପକ୍ଷୀ (ଇଗଲ)କୁ ବୁଧବାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍)ର ଯବାନମାନେ ଧରିଛନ୍ତି। ପକ୍ଷୀର ଗୋଡ଼ରେ ଏକ ସ୍ୱତନ୍ତ୍ର ପ୍ରକାରର ରିଙ୍ଗ୍ ଲାଗିଥିଲା, ଯେଉଁଥିରେ କିଛି ନମ୍ବର ଲେଖା ଯାଇଥିଲା। ବିଏସ୍‌ଏଫ୍‌ ବାଜଟିକୁ ବନ ବିଭାଗକୁ ହସ୍ତାନ୍ତର କରିବା ସହ ଏହା ଗୋଡ଼ରେ ବନ୍ଧାଯାଇଥିବା ରିଙ୍ଗ୍‌ରେ ଲେଖାଥିବା ନମ୍ବରକୁ ଯାଞ୍ଚ କରୁଛି।