ନୂଆଦିଲ୍ଲୀ: ଭାରତକୁ ପରୋକ୍ଷ ଆକ୍ରମଣ ଲାଗି ପାକିସ୍ତାନ ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଚିନ୍ତାର ବିଷୟ ହେଲା, ପାକିସ୍ତାନ ରାସାୟନିକ ଆକ୍ରମଣ କରିବାର ଯୋଜନା ଚଳାଇଛି। ଖବର ଅନୁଯାୟୀ, ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚଳିତ ମାସରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇର ନିର୍ଦ୍ଦେଶକ ଜେନରାଲ ନାବିଦ ମୁକତାର ଆତଙ୍କବାଦୀଙ୍କ ସହିତ ଏକ ବୈଠକ କରିଛନ୍ତି। ଏହି ବୈଠକରେ  ରାସାୟନିକ ଯୁଦ୍ଧ କରିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

Advertisment

କଶ୍ମୀରରେ ଜାରି ରହିଥିବା ହିଂସାରେ ଆଇଏସଆଇ ଜଡ଼ିତ ଥିବା କଥା ସମସ୍ତ ଜାଣନ୍ତି। ତେବେ ଆତଙ୍କବାଦୀ ଯଦି ପାକିସ୍ତାନୀ ସେନାର ସହାୟତା ପାଇ ରାସାୟନିକ ଆକ୍ରମଣ କରନ୍ତି ତେବେ ପରିସ୍ଥିତି ସଙ୍ଗୀନ ହୋଇଯିବ।

publive-image

ସୂଚନାଯୋଗ୍ୟ, ଅକ୍ଟୋବର ୯ରେ ପାକିସ୍ତାନ ଅଧିକୃତ କାଶ୍ମୀରର ଚକୋତିରେ ଲେଫ୍ଟନାଣ୍ଟ ଜେନରାଲ ନାବିଦ  ହିଜବୁଲ୍‌ ମୁଜାହିଦ୍ଦିିନ ଓ ଜୈସ-ଏ-ମହମ୍ମଦର ଆତଙ୍କବାଦୀଙ୍କ ସହିତ ଏକ ବୈଠକରେ ଭାଗ ନେଇଥିଲେ। ବୈଠକରେ ଦୁଇ ପ୍ରମୁଖ ଆତଙ୍କବାଦୀଙ୍କ ନେତା ହିଜବୁଲର ଜୁଦ୍ଦା ଖାନ୍‌ ଓ ଜ୍ୟାର ଜାଭେଦ ଅଖତର ସାମିଲ ଥିଲେ।

ଶୀତ ପଡ଼ିବା ପୂର୍ବରୁ ଆତଙ୍କବାଦୀଙ୍କୁ କିପରି ଭାରତରେ ପ୍ରବେଶ କରାଯିବ ଓ ଏଥିସହିତ ସମସ୍ତ ନିଷ୍କ୍ରିୟ ଲଞ୍ଚ ପ୍ୟାଡକୁ ସକ୍ରିୟ କରାଯିବ, ସେ ନେଇ ବୈଠକରେ ଯୋଜନା ହୋଇଛି।

ଏତଦ୍‌ବ୍ୟତୀତ ବୈଠକରେ ଲାଇନ୍‌ ଅଫ କଣ୍ଟ୍ରୋଲରେ ଥିବା ପାକିସ୍ତାନୀ ସେନାଙ୍କୁ ରାସାୟନିକ ଆକ୍ରମଣ କରିବାର ପ୍ରଶିକ୍ଷଣ ମଧ୍ୟ ଦିଆଯିବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ଚାଲିଛି। ଏମାନଙ୍କୁ ଚୀନ ପ୍ରଶିକ୍ଷଣ ଦେବ ବୋଲି ଶୁଣିବାକୁ ମିଳିଛି। ୨୦ ଜଣ ପାକ୍‌ ଯବାନ ଚୀନ ଯିବା କଥା ବି ଜଣାପଡ଼ିଛି। ଏଥି ପୂର୍ବରୁ ୨୦ ଜଣ ସେନା ଅଫିସର ରାସାୟନିକ ପ୍ରଶିକ୍ଷଣ ପାଇଁ ଚୀନଗସ୍ତରେ ଯାଇଛନ୍ତି। ପ୍ରଶିକ୍ଷଣ ପୂରା କରିବା ପରେ , ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତ ବିରୋଧରେ ରଣନୀତି ପ୍ରସ୍ତୁତ କରାଯାଇପାରେ!