୩ ମିନିଟରେ ବିମାନ ଭଳି ଉଡ଼ିବ କାର, ୧୫ ମାସ ମଧ୍ୟରେ ଭାରତରେ ସତ ହେବ ସ୍ଵପ୍ନ

ଅହମ୍ମଦାବାଦ: ସଡ଼କରେ ଚାଲୁଥିବାବେଳେ ୩ ମିନିଟ ମଧ୍ୟରେ କୌଣସି କାର ବିମାନ ଭଳି ଆକାଶରେ ଉଡିବା ଏହା କୌଣସି ସ୍ଵପ୍ନଠାରୁ କମ ନୁହେଁ | ତେବେ ଏହି ସ୍ୱପ୍ନ ଆସନ୍ତା ୧୫ ମାସ ମଧ୍ୟରେ ଗୁଜୁରାଟରେ ସାକାର ହେବାକୁ ଯାଉଛି | ନେଦରଲାଣ୍ଡର କମ୍ପାନୀ ପାଲ ଭି ଏବେ ଗୁଜୁରାଟରେ ଫ୍ଲାଇଙ୍ଗ କାର ବା ଉଦନ୍ତ କାର ନିର୍ମାଣ କରିବ | ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ସହ କମ୍ପାନୀ ପକ୍ଷରୁ ଆଲୋଚନା କରାଯାଇଛି |

photo-tech crunch

ଗୁଜୁରାଟରେ ଉତ୍ତମ ଶିଳ୍ପ, କାମ ଖର୍ଚ୍ଚରେ ଉତ୍ପାଦନ ଯୋଗୁଁ କମ୍ପାନୀ ଏଠାରେ କାର ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି | ୨୦୨୧ ମଧ୍ୟବେଳକୁ କମ୍ପାନୀ କାର ଉତ୍ପାଦନ ଆରମ୍ଭ କରିବ ବୋଲି ଜଣାପଡିଛି | କମ୍ପାନୀକୁ ଏବେ ସୁଦ୍ଧା ଆମେରିକା ଓ ୟୁରୋପରୁ ୧୧୦ଟି ଅର୍ଡର ମିଳିଥିବାର କୁହାଯାଇଛି |

ପାଲ ଭି ପକ୍ଷରୁ କୁହାଯାଇଛି ନିର୍ମାଣ ହେବାକୁ ଥିବା କାର ଯେତେବେଳେ ରାସ୍ତାରେ ଗତି କରିବ ସେତେବେଳେ ଏହାର ସର୍ବାଧିକ ବେଗ ୧୬୦ କିଲୋମିଟର ପ୍ରତି ଘଣ୍ଟା ରହିବ | ସେହିପରି ଆକାଶରେ ଏହି କାର ଉଡ଼ୁଥିବାବେଳେ ଏହା ୧୮୦ କିଲୋମିଟର ବେଗରେ ଉଡ଼ିପାରିବ | ଥରେ ତେଲ ଟାଙ୍କି ଭର୍ତ୍ତି ହେଲେ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର