ନୂଆଦିଲ୍ଲୀ: ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ କି ପ୍ରେମିକରୁ ଭାବି ସ୍ବାମୀ ପାଲଟିଥିବା ପଲାଶ ? ପଲାଶଙ୍କ ପ୍ରେମରେ ଥିଲା କି ପ୍ରତାରଣା ?କିଛି ଏମିତି ଖବର ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ସ୍ମୃତି ମନ୍ଧାନାଙ୍କ ଭାବିସ୍ବାମୀ ପଲାଶଙ୍କ ଜଣେ ଯୁବତୀଙ୍କ ସହ ପର୍ସନାଲ ଚାଟ୍ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।

Advertisment

ତେବେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଏବଂ ଚଳଚ୍ଚିତ୍ର ନିର୍ମାତା ତଥା ସଂଗୀତକାର ପଳାଶ ମୁଛଲଙ୍କ ବିବାହ ବର୍ତ୍ତମାନ ବିବାଦର ରୂପ ନେବାକୁ ନିଷ୍ପତ୍ତି ହୋଇଛି । ନଭେମ୍ବର ୨୩ ତାରିଖରେ ସାଙ୍ଗଲିରେ ହେବାକୁ ଥିବା ଏହି ବିବାହ ପରିବାର ପକ୍ଷରୁ ସ୍ଥଗିତ ରଖାଯାଇଥିଲା । ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନାଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ବିବାହକୁ ଘୁଞ୍ଚାଇ ଦିଆଯାଇଛି । ଶରୀରରେ ହୃଦଘାତର ଲକ୍ଷଣ ଦେଖିବାକୁ ମିଳିଥିଲା ଯେଉଁଥିପାଇଁ ସ୍ମୃତିଙ୍କ ପିତାଙ୍କୁ ହସ୍ପିଟାଲ୍ ନେବାକୁ ପଡ଼ିଥିଲା । ବାପାଙ୍କ ପରେ ପରେ ପଲାଶଙ୍କ ଦେହ ବି ଖରାପ ଥିଲା, ପରେ ତାଙ୍କୁ ବି ମେଡିକାଲ ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଘଟଣା ଏବେ ନୂଆମୋଡ଼ ନେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୋସିଆଲ୍ ମିଡିଆରେ ନୂତନ ବିବାଦ ଦେଖାଦେଇଛି । ବିବାହ ବାତିଲ ହେବାର ଘୋଷଣା ପରେ ପଳାଶଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଠକେଇ ଅଭିଯୋଗ ଲଗାଯାଉଛି । ଯାହା ବର୍ତ୍ତମାନ ଏହି ପ୍ରସଙ୍ଗକୁ ଆହୁରି ଗମ୍ଭୀର କରିଛି । ମଙ୍ଗଳବାର ଇଣ୍ଟରନେଟରେ ଜଣେ ଯୁବତୀ ଏବଂ ପଳାଶଙ୍କ ଚାଟର ସ୍କ୍ରିନସଟ୍ ଘୁରି ବୁଲିଥିଲା । ଏହି ସ୍କ୍ରିନସଟଗୁଡ଼ିକୁ ପ୍ରଥମେ ମ୍ୟାରୀ ଡି'କୋଷ୍ଟା ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ସେୟାର କରିଥିଲେ ଏବଂ ପରେ ରେଡିଟରେ ଭାଇରାଲ ହୋଇଥିଲା । ଯେଉଁ ଆକାଉଣ୍ଟରୁ ଏହି ପୋଷ୍ଟଗୁଡ଼ିକ କରାଯାଇଥିଲା ତାହା ଏବେ ନିଷ୍କ୍ରିୟ ହୋଇଯାଇଛି । 

ଆହୁରି ପଢନ୍ତୁ- Ram Mandir: ରାମମନ୍ଦିରରେ ଧ୍ବଜାରୋହଣ ଶହ ଶହ ବର୍ଷର କ୍ଷତ ଭଲ ହେଉଛି

chat
chat Photograph: (india today)

ଏହି ସବୁ ଚାଟ୍ ମେ ୨୦୨୫ର ବୋଲି କୁହାଯାଉଛି । ଏଥିରେ ପଳାଶ ମୁଛଲ ଉକ୍ତ ଯୁବତୀଙ୍କୁ ସ୍ବିମିଂ ପାଇଁ ନିମନ୍ତ୍ରଣ କରୁଥିବାର ଦେଖାଯାଉଛି । ଯେତେବେଳେ ଯୁବତୀ ତାଙ୍କୁ ସ୍ମୃତିଙ୍କ ସହ ପ୍ରେମ ସମ୍ପର୍କ ବିଷୟରେ ପଚାରୁଛନ୍ତି ପଳାଶ ଏହାକୁ ଏଡ଼ାଇ ବାରମ୍ବାର ସାକ୍ଷାତ ପାଇଁ ଜିଦ୍ କରୁଛନ୍ତି । ଏହି ସ୍କ୍ରିନସଟ୍ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ୟୁଜର୍ସଙ୍କ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଦିନକ ପୂର୍ବରୁ ଖୁସି ହୋଇ ନାଚୁଥିବା , ପୂରା ଷ୍ଟାଡିୟମ୍ ସାମ୍ନାରେ ସ୍ମୃତିଙ୍କୁ ପ୍ରପୋଜ୍ କରିଥିବା ପଳାଶ ଏମିତି କରିବେ କେହି ଭାବି ପାରୁନାହାନ୍ତି । କିଛି କିଛି ୟୁଜର୍ସ ଏନେଇ ରାଗ ପ୍ରତିକ୍ରିୟା ଦେଇଥିବା ବେଳେ ଆଉ କିଛି ଲୋକ ଏହାର ସତ୍ୟତା ଉପରେ ପ୍ରଶ୍ନ ଉଠାଉଛନ୍ତି ।

ଆହୁରି ପଢନ୍ତୁ- Smriti Deleted Wedding Pics: କାହିଁକି ବିବାହ ରୀତିନୀତିର ସବୁ ଫଟୋ ହଟାଇ ଦେଲେ ସ୍ମୃତି ମନ୍ଧାନା?

ସବୁ ଫଟୋ ହଟାଇଲେ ସ୍ମୃତି

ସେପଟେ ଏବେ ସ୍ମୃତି ସୋସିଆଲ ମିଡିଆରୁ ନିଜ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ୍ କାର୍ଯ୍ୟକ୍ରମ ସବୁ ଫଟୋ ଓ ଭିଡିଓ ହଟାଇ ଦେଇଥିବା ଦେଖାଯାଇଛି। ବିବାହ ସ୍ଥଗିତ ରହିବା ପରେ ସ୍ମୃତି କାହିଁକି ଏଭଳି କଲେ ତାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି। ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସେ ପ୍ରତି କାର୍ଯ୍ୟକ୍ରମର ଫଟୋ ସେୟାର କରିଥିଲେ। ଏମିତି କି ଭାରତୀୟ କ୍ରିକେଟର ଜେମିମା ରଡ୍ରିଗ୍ସ ମଧ୍ୟ ବିବାହର ଅନେକ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ। ଏବେ ଜେମିମା ମଧ୍ୟ ପୋଷ୍ଟ ହଟାଇଛନ୍ତି।