ତାମିଲନାଡୁର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କେ ପାଲାନିସ୍ୱାମୀ, ଘୋଷଣା କଲା ଏଆଇଏଡିଏମକେ

ଚେନ୍ନାଇ: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶାସକ ଦଳ ଏଆଇଏଡିଏମକେ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେ ନେଇ ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀ କ୍ୟାମ୍ପ ଓ ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭମଙ୍କ କ୍ୟାମ୍ପ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ବେଳେ ଏବେ ତାହାର ଅନ୍ତ ଘଟିଛି। ଆଜି ଦଳୀୟ ବୈଠକରେ ଏଡାପାଡି କେ ପାଲାନିସ୍ୱାମୀଙ୍କୁ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି। ଉଭୟ ପଲାନିସ୍ୱାମୀ ଏବଂ ଓ.ପନିରସେଲଭମଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଥିବା ଜଣା ପଡ଼ିଛି।

ରାଜ୍ୟରେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପଲାନିସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭମ ଏବଂ ଅନ୍ୟ ଏଆଇଏଡିଏମକେ ନେତାମାନେ ଚେନ୍ନାଇର ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଚେନ୍ନାଇର ପାର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ସହ ଏଡାପାଡି କେ ପାଲାନିସ୍ୱାମୀ ୧୧ ଜଣିଆ ପରିଚାଳନା କମିଟି ଗଠନ କରିଥିଲେ, ଯେଉଁଥିରେ ଓ.ପନିରସେଲଭମ କ୍ୟାମ୍ପରୁ ୬ଜଣ ସଦସ୍ୟ ରହିଥିବା ଜଣାପଡ଼ିଛି।

EPS or OPS: Who will be AIADMK’s candidate for the TN elections
oneindia

ଏଆଇଏଡିଏମକେ ପରିଚାଳନା କମିଟିର ସଦସ୍ୟମାନେ ହେଉଛନ୍ତି ଦିଣ୍ଡିଗୁଲ ଶ୍ରୀନିବାସନ୍, ଥଙ୍ଗମଣି, ଏସପି ଭେଲୁମାନି, ଡି ଜୟକୁମାର, ସିଭି ଶାନମୁଗମ୍, କାମରାଜ, ଜେସିଡି ପ୍ରଭାକରନ୍, ମନୋଜ ପାଣ୍ଡିଆନ୍, ପା ମୋହନ, ଗୋପାଳକୃଷ୍ଣନ୍ ଏବଂ ଟି ମାଣିକମ୍ |

ସମ୍ବନ୍ଧିତ ଖବର