୧୮ବର୍ଷ ହେଲା ଜେଲରେ ସ୍ୱାମୀ ବନ୍ଦୀ ଥିବାରୁ ବଂଶ ଆଗକୁ ବଢ଼ାଇବା ପାଇଁ ଏହି ଉପାୟ ଆପଣାଇଲା ସ୍ତ୍ରୀ

ନୂଆଦିଲ୍ଲୀ : ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ ଭିତରେ ଥିବା ଶତ୍ରୁତା ୫୦ବର୍ଷ ହେଲାଣି ଚାଲି ଆସୁଛି । ଇସ୍ରାଏଲରେ ବନ୍ଦୀଥିବା ପାଲେଷ୍ଟେନୀୟ ଯୁବକ ଏବଂ ପାଲେଷ୍ଟାଇନ୍‌ରେ ବନ୍ଦୀ ଥିବା ଇସ୍ରାଏଲୀୟ ଯୁବକଙ୍କ ପତ୍ନୀମାନଙ୍କ ଉପରେ ଏହି ଶତ୍ରୁତାର ପ୍ରଭାବ ଅଧିକ ପଢ଼ୁଥିବା ଜଣା ପଡ଼ିଛି । ବଷ ବର୍ଷ ଧରି ସେମାନଙ୍କ ସ୍ୱାମୀମାନେ ଜେଲରେ ବନ୍ଦ ରହୁଥିବାରୁ ସେମାନଙ୍କ ବଂଶ ଆଗକୁ ବଢ଼ି ପାରୁ ନାହିଁ । ଏଭଳି ପରିସ୍ଥିତିରେ ଇସ୍ରାଏଲରେ ରହୁଥିବା ସାମିଆ ମଶାହ ନିଜ ବଂଶ ଆଗକୁ ବଢ଼ାଇବା ପାଇଁ  ଏକ ଉପାୟ ବାହାର କରିଥିଲେ । ଜେଲରେ ବନ୍ଦୀ ଥିବା ସ୍ୱାମୀଙ୍କ ସ୍ପର୍ମ ଆଣି ସେ ନିଜ ବଂଶକୁ ଆଗକୁ ବଢ଼ାଇବେ ବୋଲି ମନସ୍ଥ କରିଥିଲେ ।

ତାଙ୍କୁ ଏହି କାମରେ ତାଙ୍କ ଶାଶୁ ସାହାଯ୍ୟ କରିଥିବା ସାମିଆ କହିଛନ୍ତି । ଜେଲରେ ବନ୍ଦୀ ଥିବା ଫ୍ୟାମିଙ୍କ ମା’ ଜେଲ ଭିତରକୁ ଯାଇ ସ୍ପର୍ମ ଆଣୁଥିଲେ । ଯାହା ପରେ ତାହାକୁ ସାମିଆଙ୍କ ଗର୍ଭରେ ରଖାଯାଉଥିଲେ । ଏହି ଉପାୟରେ ସେ ୩ଟି ସନ୍ତାନର ମା’ ବନି ସାରିଥିବା ଜଣାପଡ଼ିଛି । ଏବେ ସାମିଆଙ୍କର ଦୁଇଟି ଝିଅ ଏବଂ ଗୋଟେ ପୁଅ ଥିବା ବେଳେ ପୁଅ ହେବା ପରେ ତାଙ୍କ ଜୀବନରେ ଆଶାର ଆଲୋକ ଆସିଥିବା କହିଛନ୍ତି ସାମିଆ । ତେବେ କେବଳ ସେ ନୁହନ୍ତି, ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲରେ  ରହୁଥିବା ଏଭଳି ଅନେକ ମହିଳା ବଂଶ ଆଗକୁ ବଢ଼ାଇବା ପାଇଁ ଏହି ଉପାୟ ଆପଣାଉଛନ୍ତି ବୋଲି ସାମିଆ କହିଛନ୍ତି । 

ସମ୍ବନ୍ଧିତ ଖବର