ଜେରୁଜେଲମ୍: ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷରେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ଶତାୟେହ ଶନିବାର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ସମର୍ଥନ କରିଛନ୍ତି। ନିଜକୁ ରକ୍ଷା କରିବାର ଅଧିକାର ଲୋକଙ୍କର ରହିଛି ବୋଲି ସେ କହିଛନ୍ତି। ହମାସ ଆକ୍ରମଣର ଜବାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଉପତ୍ୟକାରେ ହମାସ ଆତଙ୍କବାଦୀଙ୍କ ଉପରେ ପ୍ରତିଆକ୍ରମଣ କରାଯିବ ବୋଲି ଚେତାବନୀ ଦେବା ପରେ ସେ ଏଭଳି ବୟାନ ଦେଇଛନ୍ତି। ନେତନ୍ୟାହୁ ଗାଜା ବାସିନ୍ଦାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ ଏବଂ ସେମାନଙ୍କୁ ଇସ୍ରାଏଲ ସେନାର ଜବରଦସ୍ତ ଅଭିଯାନ ବିଷୟରେ ସତର୍କ କରାଇଥିଲେ। ସଦ୍ୟତମ ରିପୋର୍ଟ ଅନୁଯାୟୀ, ହମାସ ଦ୍ୱାରା ଆକ୍ରମଣରେ ଇସ୍ରାଏଲର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଏହାର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ଆଇରନ୍ ସୋର୍ଡସ ଗାଜାରେ ୬୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି।
ହମାସ ଆକ୍ରମଣକୁ ସମର୍ଥନ କଲେ ପାଲେଷ୍ଟାଇନ୍ ପ୍ରଧାନମନ୍ତ୍ରୀ: ‘ଆତ୍ମରକ୍ଷା କରିବାର ଅଧିକାର’
/sambad/media/post_attachments/wp-content/uploads/2023/10/adgdggdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)