ଆହୁରି ମହଙ୍ଗା ହେବ ଖାଇବା ତେଲ, ପାମ୍ ଅଏଲ ରପ୍ତାନି ଉପରେ କଟକଣା ଲଗାଇଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବରେ ଖାଇବା ତେଲର ମୂଲ୍ୟ ବଢିଚାଲିଥିବାବେଳେ ସାଧାରଣ ଖାଉଟିଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି । ବିଶ୍ବର ନଂ.୧ ତାଳ ତେଲ ବା ପାମ ଅଏଲ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ଏହି ଖାଇବା ତେଲ ରପ୍ତାନି ଉପରେ କଟକଣା ଲଗାଇଛି । ନିଜ ଦେଶରେ ଖାଇବା ତେଲର ଉପଲବ୍ଧତା ବଢାଇବା ଲକ୍ଷ୍ୟରେ ଇଣ୍ଡୋନେସିଆ ଏହି ନିଷ୍ପତ୍ତି ନେଇଛି ।

ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ଭାରତ ସମେତ ବିଶ୍ବରେ ପାମ ଅଏଲ ବା ପାମୋଲିନ ତେଲର ମୂଲ୍ୟ ବଢିବାର ଆଶଙ୍କା ରହିଛି । କାରଣ ବିଶ୍ବ ପାମ ଅଏଲ ଚାହିଦାର ୫୦ ପ୍ରତିଶତ ଇଣ୍ଡୋନେସିଆ ପୂରଣ କରିଥାଏ । ଭାରତ ଉଭୟ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ କରିଥାଏ । କିନ୍ତୁ କିଛି ବର୍ଷ ତଳେ ମାଲେସିଆ ସହ ବିବାଦ ପରେ ଭାରତ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ ବଢାଇଥିଲା ।

ପାମ ଅଏଲ ମୂଲ୍ୟ ବଢିବା ପରେ ତାହାର ପ୍ରଭାବ ବିଭିନ୍ନ ଖାଦ୍ୟଦ୍ରବ୍ୟ ଉପରେ ପଡିବାର ଆଶଙ୍କା ରହିଛି । ପ୍ରୋସେସଡ ଫୁଡ, ବିସ୍କୁଟଠାରୁ ଆରମ୍ଭ କରି କସମେଟିକ୍ସ ମୂଲ୍ୟ ବି ବଢିବ ।

 

ସମ୍ବନ୍ଧିତ ଖବର