ପାନ୍‌-ଆଧାର ସଂଯୋଗ ଅବଧି ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ : ଆୟକର ବିଭାଗର ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଆଜି ପାନ୍‌-ଆଧାର ସଂଯୋଗ କରିବା ଲାଗି ଜନସାଧାରଣଙ୍କୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେଇଛି। ସିବିଡିଟି ପକ୍ଷରୁ ଆଜି ବିଳମ୍ବିତ ରାତିରେ ଆୟକର ଆଇନର ଧାରା ୧୧୯ ଅଧୀନରେ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାର ପୂର୍ବରୁ ଏକାଧିକ ଥର ଏହି ଅବଧିକୁ ବୃଦ୍ଧି କରିଛନ୍ତି। ଶେଷ ଥର ପାଇଁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଯାଇଥିଲା। ଏ ସମ୍ପର୍କରେ ବିଚାର ବିମର୍ଶ ପରେ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ପାନ୍‌-ଆଧାର ସଂଯୋଗର ସମୟସୀମାକୁ ବୃଦ୍ଧି କରାଯାଇଛି ବୋଲି କୁହାଯାଉଛି। ତେବେ ବିଭିନ୍ନ ସେବା ପାଇବା ପାଇଁ ଆଧାର ସଂଯୋଗ ସମୟସୀମାକୁ ସରକାର ୨୦୧୮ ମାର୍ଚ୍ଚ ୩୧ ରଖିଥିଲେ। କିନ୍ତ ଉକ୍ତ ସମୟସୀମା ବଢ଼ାଇବା ଲାଗି ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ସିବିଡିଟି ପାନ୍‌- ଆଧାର ସଂଯୋଗ ସମୟସୀମା ବୃଦ୍ଧି ଲାଗି ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର