ପ୍ୟାନକାର୍ଡ ସହ ଆଧାର ଲିଙ୍କ ସମୟସୀମା ଆଉ ୬ ମାସ ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ଶେଷ ତାରିଖକୁ ଆଉ ୬ ମାସ ବଢେଇ ଦେଇଛନ୍ତି । ଅର୍ଥାତ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ୟାନକାର୍ଡ ସହ ଆଧାର ଲିଙ୍କ୍ କରିହେବ । ଏହି ସମୟସୀମା ଆଜି ଶେଷ ହେଉଥିଲା । ଗତ ବର୍ଷ ଜୁନ ମାସରେ ସରକାର କହିଥିଲେ ଯେ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ଆଧାନ ପ୍ୟାନ ଲିଙ୍କ କରିହେବ । କିନ୍ତୁ ସମୟ ସୀମା ବଢାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏହି ସମୟସୀମାକୁ ବଢାଇଦେଇଛନ୍ତି । କିନ୍ତୁ ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧ରୁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଆଧାର ବାଧ୍ୟତାମୂଳକ ହୋଇଯିବ । ଏହି ସମୟସୀମା ଗତ ୨ ବର୍ଷ ମଧ୍ୟରେ ପ୍ରାୟ ୬ ଥର ବଢିଲାଣି ।

ଗତବର୍ଷ ମାର୍ଚ୍ଚ ୨୭ରେ ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହା କରିବାର ଶେଷ ତାରିଖକୁ ଜୁନ ୩୦କୁ  ବଢାଇଦେଇଥିଲେ । ପରେ ଏହାକୁ ମାର୍ଚ୍ଚ ୩୧, ୨୦୧୯କୁ ବଢାଯାଇଥିଲା ।

ସମ୍ବନ୍ଧିତ ଖବର