ପାନାଜୀ : ଗୋଆର ପାନାଜୀ ବିଧାନସଭା ଆସନରେ ଆସନ୍ତା ମେ’ ୧୯ ତାରିଖରେ ଉପନିର୍ବାଚନ ହେବ। ପାନାଜୀ ଆସନରେ ଉପନିର୍ବାଚନ ପାଇଁ ବିଜେପି ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ତାଲିକାରେ ରଖିଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବଡ଼ ପୁଅ ଉତ୍ପଳ ପାରିକର ଏବଂ ସିଦ୍ଧାର୍ଥ କୁନକୋଲିଏନ୍ଙ୍କରଙ୍କୁ ବିଜେପି ପାନାଜୀ ଆସନରୁ ପ୍ରାର୍ଥୀ କରିବାପାଇଁ ବିଚାରବିମର୍ଶ କରୁଛି। ଏହି ଦୁଇଜଣଙ୍କ ନାମ ଦଳର ସଂସଦୀୟ ବୋର୍ଡକୁ ପଠାଯିବାପରେ ଏବାବଦ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଉଲ୍ଲେଖଯୋଗ୍ୟ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ପାନାଜୀ ଆସନରେ ଉପନିର୍ବାଚନ ହେଉଛି । ୩୮ ବର୍ଷୀୟ ଉତ୍ପଳ ରାଜନୀତିକୁ ଆସିବେ ବୋଲି ଗଣମାଧ୍ୟକୁ କହିଛନ୍ତି।
ପାନାଜୀ ଉପନିର୍ବାଚନ:ମନୋହର ପାରିକରଙ୍କ ପୁଅ ବିଜେପି ପ୍ରାର୍ଥୀ ହୋଇପାରନ୍ତି
/sambad/media/post_attachments/wp-content/uploads/2019/04/Parrikar-son.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)