ନୂଆଦିଲ୍ଲୀ: ଭାରତୀୟ ଭେଷଜ କମ୍ପାନି ପାନାସିଆ ବାୟୋଟେକ୍ ଭାରତରେ ରୁଷୀୟ କୋଭିଡ୍ ଟିକା ସ୍ପୁଟନିକ୍-ଭି ପ୍ରସ୍ତୁତ କରିବ ବୋଲି ସୋମବାର ଘୋଷଣା କରିଛି। ରୁଷିଆର ଗମାଲେଇ ପ୍ରତିଷ୍ଠାନ ଦ୍ବାରା ବିକଶିତ ଉକ୍ତ ଟିକାକୁ ସରକାରୀ ସଂସ୍ଥା ରୁଷିଆନ୍ ଡାଇରେକ୍ଟ ଡେଭଲପ୍ମେଣ୍ଟ୍ ଫଣ୍ଡ୍(ଆର୍ଡିଆଇଏଫ୍) ପ୍ରସ୍ତୁତ କରୁଥିବା ବେଳେ ପାନାସିଆ ବାୟୋଟେକ କମ୍ପାନି ତାହା ସହ ସହବନ୍ଧିତ ହୋଇ ଭାରତରେ ତାହା ପ୍ରସ୍ତୁତ କରିବାକୁ ଅନୁମତି ପାଇଛି। ଚଳିତ ଗ୍ରୀଷ୍ଣ ଋତୁରେ ପୂର୍ଣ୍ଣମାତ୍ରାରେ ଟିକାପ୍ରସ୍ତୁତି ଚଳାଇବାକୁ ଲକ୍ଷ୍ୟ ରଖିଥିବା ପାନାସିଆ କମ୍ପାନି ବର୍ଷକୁ ୧୦ କୋଟି ମାତ୍ରାର ଟିକା ବଜାରକୁ ଛାଡ଼ିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ହିମାଚଳ ପ୍ରଦେଶର ବଦ୍ଦି ସ୍ଥିତ ନିଜସ୍ବ କାରଖାନାରେ ପାନାସିଆ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ସ୍ପୁଟନିକ୍-ଭିର ପ୍ରଥମ ବ୍ୟାଚ୍ ଭାରତୀୟ ସଂସ୍କରଣ ଟିକାକୁ ତାହାର ଫଳପ୍ରଦତା ପରୀକ୍ଷଣ ପାଇଁ ରୁଷିଆର ଗମାଲେଇ କେନ୍ଦ୍ରକୁ ପଠାଯିବ ବୋଲି ଜଣାଯାଇଛି।
ପାନାସିଆ ଭାରତରେ ପ୍ରସ୍ତୁତ କରିବ ସ୍ପୁଟନିକ୍-ଭି, ବର୍ଷକୁ ୧୦ କୋଟି ମାତ୍ରା ନିର୍ମାଣ ଲକ୍ଷ୍ୟ
/sambad/media/post_attachments/wp-content/uploads/2021/05/sputnik-v-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)