ଚଣ୍ଡୀଗଡ଼: ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା ବାବା ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ ଗିରଫ ହେବାପରେ ଏବେ ୬ ଦିନିଆ ପୁଲିସ ରିମାଣ୍ଡରେ ଅଛନ୍ତି। ତେବେ ହନିପ୍ରୀତଙ୍କୁ ରିମାଣ୍ଡରେ ନେବାର ଗୋଟିଏ ଦିନ ପରେ ପଞ୍ଚକୁଳା ପୁଲିସ ଦାବି କରିଛି ଯେ ପଞ୍ଚକୁଳା ହିଂସାକାଣ୍ଡର ସେ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ। ହିଂସାକାଣ୍ଡ ଘଟାଇବାପାଇଁ ସିର୍ସା ମୁଖ୍ୟ କାର୍ଯ୍ୟାଳୟ ଡେରାରେ ସେ ହିଁ ସମର୍ଥକମାନଙ୍କ ମଧ୍ୟରେ ଟଙ୍କା ବାଣ୍ଟିଥିଲେ। ଏପରିକି ଡେରା ମୁଖ୍ୟଙ୍କ ପରିବାର ସଦସ୍ୟ ମଧ୍ୟ ହନିପ୍ରୀତଙ୍କ ଦୟାରେ ରହିଥିଲେ ବୋଲି ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି। ଅଗଷ୍ଟ ୨୫ ତାରିଖରେ ବାବା ରାମ ରହିମ ଦୁଷ୍କର୍ମ ମାମଲାରେ ଦୋଷି ସାବ୍ୟସ୍ତ ହେଲେ ପଞ୍ଚକୁଳାରେ ହିଂସାକାଣ୍ଡ ଘଟାଇବାପାଇଁ ସେ ହିଁ କିଛି ଡେରା ସମର୍ଥକଙ୍କ ମଧ୍ୟରେ ୧.୨୫ କୋଟି ଟଙ୍କା ବାଣ୍ଟିଥିଲେ। ପୁଲିସ କମିସନର ଏଏସ ଚାଓ୍ଵଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏଥିନେଇ ସେମାନଙ୍କ ନିକଟରେ ବଳିଷ୍ଠ ପ୍ରମାଣ ରହିଛି। ଏପରିକି ଜଣେ ଡେରା ସମର୍ଥକଙ୍କଠାରୁ ଉଦ୍ଧାର କରାଯାଇଥିବା ୨୪ ଲକ୍ଷ ଟଙ୍କା ସ୍ପଷ୍ଟ କରିଦେଉଛି ଯେ ହନିପ୍ରୀତଙ୍କ ମାଧ୍ୟମରେ ହିଁ ହିଂସା ଘଟାଇବାପାଇଁ ଟଙ୍କା ବଣ୍ଟା ଯାଇଥିଲା। ସେମାନଙ୍କ ଯୋଜନା ଥିଲା ଯଦି ବାବା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଅମ୍ବାଲା ରାସ୍ତାରୁ ଖସାଇ ଦେବା। କାରଣ ସେମାନଙ୍କ ନିକଟରେ ଖବର ଥିଲା ଯେ ବାବା ଅମ୍ବାଲା ଜେଲ୍କୁ ଯିବେ।
ପଞ୍ଚକୁଳା ହିଂସା ପାଇଁ ହନିପ୍ରୀତ ଦେଇଥିଲେ ୧.୨୫ କୋଟି
/sambad/media/post_attachments/wp-content/uploads/2017/10/download-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)