ଯାତାୟାତକୁ ଅଟକାଇପାରିନି ମହାମାରୀ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ ପରିଭ୍ରମଣ କରିବାର ଆନନ୍ଦକୁ ନଷ୍ଟ କରିଦେଇଛିା ତେବେ କେବଳ ଆନନ୍ଦ ଲାଭ କରିବାଟା ଭ୍ରମଣର ଏକମାତ୍ର କାରଣ ନୁହୋଁ ଏହା ଉପରେ ଲୋକଙ୍କର ଜୀବନ ମଧ୍ୟ ନିର୍ଭର କରୁଛିା କୌଣସି କର୍ମସଂସ୍ଥାନ ପାଇଁ ହେଉ କି, ଆତ୍ମୀୟ ସ୍ବଜନକୁ ଭେଟିବାକୁ ହେଉ କି କେଉଁଠି ଆଶ୍ରୟ ନେବାକୁ ହେଉ, ବିଭିନ୍ନ କାରଣରୁ ଲୋକଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଥିବା ଏହି ଭ୍ରମଣକୁ କୌଣସି ଭୂତାଣୁ କେବେ ରୋକିପାରିନାହିଁ। ସେଥି ପାଇଁ ତ ଗତ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଚାରି ପର୍ଯ୍ୟାୟ ବିଶିଷ୍ଟ ଲକଡାଉନ୍ କଟକଣାରେ ବି ହଜାର ହଜାର ଲୋକ ନିଜକୁ ସୁରକ୍ଷିିତ ରଖିବା ପାଇଁ ଘର ଭିତରେ ବାନ୍ଧି ହୋଇ ରହିବା ଅପେକ୍ଷା ବିଭିନ୍ନ ସ୍ଥାନକୁ ଯାତାୟାତ କରିବାକୁ ବାଧ୍ୟ ହୋଇଛନ୍ତିା ଏପରିକି ଗମନାଗମନର ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ଥାଇ ସୁଦ୍ଧା ଉତ୍ସାହୀ ତଥା ନାଚାର ଲୋକେ ବିକଳ୍ପ ଉପାୟକୁ ପାଥେୟ କରି ନିଜ ଗନ୍ତବ୍ୟ ସ୍ଥଳରେ ପହ‌ିଛନ୍ତି। ଏମିତି ଅନେକ ଉଦାହରଣ ଲୋକଙ୍କ ଭ୍ରମଣ ଉେଦ୍ଦଶ୍ୟକୁ ଆହୁରି ଦୃଡ଼ କରିପାରିଛିା

ଗତ ଏପ୍ରିଲ ୨୫ରେ ହାଇଦ୍ରାବାଦ ନିବାସୀ ଅଶ୍ବିନୀ ଚେନ୍ନୁରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ନିଜ ତଳିପେଟରେ ଏକ ଗୁରୁତର ଅସ୍ତ୍ରୋପଚାର କରିବାର ଥିଲାା ମାତ୍ର ନିଜ ସହରର ନିର୍ଦ୍ଧାରିତ ଡାକ୍ତରଖାନାରେ ସଂପୃକ୍ତ ଅସ୍ତ୍ରୋପଚାର ପାଇଁ ତାଙ୍କ ପାଖରେ ଆବଶ୍ୟକ ଅର୍ଥର ଅଭାବ ଥିଲାା ତେଣୁ ତାହାକୁ ବିଶାଖାପାଟଣାରେ ସାରିବା ପାଇଁ ସେ ଚିନ୍ତା କରିଥିଲୋ ତେବେ ସେଠିକି ଯିବାର ଉପାୟ ନଥିବାରୁ ସେଥିପାଇଁ ତାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଚଳାଉଥିବା ଏକ ଆମ୍ବ ବୋଝେଇ ଟ୍ରକ୍ ଡାଲାରେ ବସି ୫୦୦ କିମି ଅତିକ୍ରମ କରିବାକୁ ପଡି଼ଥିଲା। ସେଠାରେ ଅସ୍ତ୍ରୋପଚାର ସଫଳ ତ ହେଲା, ମାତ୍ର ତାଙ୍କୁ ନିଜ ରାଜ୍ୟକୁ ଫେରିବାରେ ପରିବହନ ସୁବିଧା ଓ ଆବଶ୍ୟକ ଅନୁମତି ମିଳିବାରେ ପ୍ରତିବନ୍ଧକ ଥିଲା ା ତେଣୁ ସେ ବାଧ୍ୟ ହୋଇ ଶେଷରେ ଏକ ଗୋରୁ ବୋଝେଇ ଟ୍ରକ୍ ଡାଲାରେ ଗୋପନରେ ଦୀର୍ଘ ୧୨ ଘଣ୍ଟା କାଳ ଦୁର୍ବିଷହ ଯାତ୍ରା ହିଁ ତାଙ୍କ ଗନ୍ତବ୍ୟ ଉେଦ୍ଦଶ୍ୟକୁ ସଫଳ କରିପାରିଥିଲା ା ସେହିପରି ମେ ୨୪ରେ ବିମାନ ସେବା ଆରମ୍ଭ ମାତ୍ରେ ମୁମ୍ବାଇର ଗୋରେଗାଓଁରୁ ବାହାରିଥିବା ଶଶାଙ୍କ ତିୱାରି କେମିତି ହାଇଦ୍ରାବାଦରେ ନିଜର ପ୍ରେମିକାକୁ ଭେଟିବେ ବୋଲି ବ୍ୟାକୁଳ ହୋଇପଡି଼ଥିଲେ ା ତେବେ ସେତେବେଳକୁ ମୁମ୍ବାଇରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଥିବାରୁ ତାଙ୍କୁ ଘର ଛାଡି଼ବା ପରଠାରୁ ଅଟୋରିକ୍ସାରେ ବସି ବିମାନବନ୍ଦର ଗଲା ଯାଏ ସଂକ୍ରମଣ ଆହରଣ କରିବାର ଆଶଙ୍କା ବିବ୍ରତ କରିଚାଲିଥିଲା ା ସେହିପରି ଭର୍ଜିନିଆ ବିଶ୍ବବିଦ୍ୟାଳୟରେ ପ୍ରଫେସର ଥିବା ଆମେରିକୀୟ ଗୀତା ପଟେଲ ଲକଡାଉନ୍ ପୂର୍ବରୁ ଏକ ଗବେଷଣା କାମରେ ଭାରତ ଆସି ଚେନ୍ନାଇରେ ଅଟକି ଯାଇଥିଲେ ା ସ୍ବଦେଶ ଫେରିବା ଲାଗି ଅନୁକୂଳ ପରିସ୍ଥିତିକୁ ଅପେକ୍ଷା କରି ରହିଥିବା ଗୀତାଙ୍କୁ ପ୍ରତ୍ୟହ ଅଜଣା ଆତଙ୍କରେ ବତୁରିବାକୁ ପଡି଼ଥିଲାା ଶେଷରେ ମେ ୨୦ରେ ସେ ବେଙ୍ଗାଲୁରୁରୁ ପ୍ୟାରିସ୍‌ ଦେଇ ନ୍ୟୁୟର୍କ ଯିବାକୁ ବିମାନ ଟିକେଟ୍ କରିଥିଲେ ସିନା, ଚେନ୍ନାଇରୁ ସଡ଼କପଥରେ ବେଙ୍ଗାଲୁରୁ ବିମାନବନ୍ଦର ଯିବା ଲାଗି ତାଙ୍କୁ ନାନା ହରକତ ହେବାକୁ ପଡି଼ଥିଲା ା

ଅପରପକ୍ଷେ, ୨୦୦୦ କିମି ଦୂର ନିଜ ଭିଟାମାଟିକୁ ଫେରିବା ବାଟରେ ଏକ ନିଆରା ପ୍ରତୀକ୍ଷା ଅନୁଭୂତି ମିଳିଥିଲା ଝାଡ଼ଖଣ୍ତର ମନମାସି ବାଞ୍ଜୋଙ୍କୁ, ଯେତେବେଳେ ସେ କେରଳର କୋଟ୍ଟାୟମରୁ ୩ଦିନ ରେଳଯାତ୍ରା ସାରି ନିଜ ରାଜ୍ୟରେ ପହଂଚୁ ପହଂଚୁ ୧୦ ଦିନ ପାଇଁ ସଂଗରୋଧ କେନ୍ଦ୍ରରେ ଭର୍ତ୍ତି ହୋଇଥିଲୋ ଲକଡାଉନ୍ ବେଳେ ଏମିତି ହଜାର ହଜାର ଦେଶବାସୀ କୌଣସି ନା କୌଣସି ସାମାଜିକ, ଅର୍ଥନୈତିକ ଅଥବା ଅପରିହାର୍ଯ୍ୟ କାମରେ ବାହାରି ନାନା ବାଧାବିଘ୍ନ ସତ୍ତ୍ବେ ଗନ୍ତବ୍ୟସ୍ଥଳରେ ପହ‌ିଛନ୍ତିା ସେମାନଙ୍କୁ କେବେ ଏହି ମହାମାରୀ ଅଟକାଇପାରିନାହିା।

ସମ୍ବନ୍ଧିତ ଖବର