ନୂଆଦିଲ୍ଲୀ: ବିଶ୍ବବାସୀ ନିଷ୍ପତ୍ତି ନେଲେ ମହାମାରୀର ଅବସାନ ଘଟିବ। ଏଇଟା ଆମ ହାତର କଥା ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଆଧନମ୍ ଗେବ୍ରେୟେସସ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିପାଇଁ ଆବଶ୍ୟକ ଉପକରଣ ଜନତାଙ୍କ ପାଖରେ ରହିଛି।
ସେ କହିଛନ୍ତି, ଆମେ ଏହାର (କୋଭିଡ୍-୧୯) ପରୀକ୍ଷା କରିପାରିବା, ଆମେ ଏହାର ଚିକିତ୍ସା କରିପାରିବା। ଗତ ସପ୍ତାହରେ ‘ହୁ’କୁ ପ୍ରାୟ ୪ ନିୟୁତ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା। ସାମ୍ପ୍ରତିକ ଧାରା ଲାଗି ରହିଲେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ସଂକ୍ରମଣ ମାମଲା ୨୦୦ ନିୟୁତ ଅତିକ୍ରମ କରିଯାଇପାରେ।
Image Courtesy of India TVବିଗତ ୪ ସପ୍ତାହ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୬ଟି ଅଞ୍ଚଳରୁ ୫ଟିରେ ହାରାହାରି କୋଭିଡ୍-୧୯ ସଂକ୍ରମଣ ୮୦% ବା ଦୁଇଗୁଣ ବୃଦ୍ଧି ପାଇଛି। ଉପରୋକ୍ତ ସମୟରେ ଦକ୍ଷିଣ ଆଫ୍ରିକାରେ ମୃତ୍ୟୁସଂଖ୍ୟା ୮୦% ବୃଦ୍ଧି ପାଇଛି।
୧୩୨ଟି ରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଅତୀବ ସଂକ୍ରମଣଶୀଳ ଡେଲ୍ଟା ଭେରିଆଣ୍ଟ୍ ହେତୁ ଏହି ସଂକ୍ରମଣ ମାମଲା ବହୁଳାଂଶ ବୃଦ୍ଧିପାଇଛି। କୋଭିଡ୍-୧୯ ଭୂତାଣୁ ପରିବର୍ତ୍ତିତ ହେଉଛି ବୋଲି ପ୍ରଥମେ ରିପୋର୍ଟ ମଳିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇ ଦେଇଥିଲା। ଏପର୍ଯ୍ୟନ୍ତ ଚାରିଟି ବିପଜ୍ଜନକ ଭେରିଆଣ୍ଟ୍ ଉତ୍ପତ୍ତି ହେଲାଣି। ଭୂତାଣୁ ସଂକ୍ରମଣ ବିସ୍ତାର କରୁଥିବା ପର୍ଯ୍ୟନ୍ତ ଆହୁରି ଭେରିଆଣ୍ଟ୍ ସୃଷ୍ଟି ହେଉଥିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/WHO-chief.jpeg)