ନୂଆଦିଲ୍ଲୀ: କଥାବାଚକ ପଣ୍ଡିତ ପ୍ରଦୀପ ମିଶ୍ରାଙ୍କ କହିବାନୁସାରେ ଗତ ଦୁଇବର୍ଷ ହେଲା ହେଲି ପରମ୍ପରା ବଦଳରେ ‘ମହାଦେବ କି ହୋଲି’ର ଆରମ୍ଭ କରାଯାଇଛି। ମାର୍ଚ୍ଚ ୨୯ ତାରିଖରେ ମହାଦେବ କି ହୋଲି ଖେଳା ଯାଇଥିଲା। ଏହି ସମୟରେ କଥାବାଚକ ପଣ୍ଡିତ ପ୍ରଦୀପ ମିଶ୍ରାଙ୍କ ଉପରକୁ ହୋଲି ଫିଙ୍ଗିବା ବଦଳରେ କେହି ଜଣେ ନଡ଼ିଆ ଫିଙ୍ଗି ଦେଇଥିଲେ। ଯେଉଁ କାରଣରୁ ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଡାକ୍ତର କଥାବାଚକଙ୍କୁ ବିଶ୍ରାମ କରିବାକୁ କହିଛନ୍ତି।

Advertisment

ଏହି କାରଣରୁ କଥାବାଚକଙ୍କ ଆଗାମୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ସେ ସୁସ୍ଥ ହେଲେ ପୁଣି ଶ୍ରଦ୍ଧାଳୁଙ୍କ ଗହଣକୁ ଆସିବେ। ଏହି ଘଟଣା ପରେ ପ୍ରଦୀପ ମିଶ୍ରା ମନାସା ଶ୍ରଦ୍ଧାଳୁଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ଆଗାମୀ ବର୍ଷ ପୁଣି ଆସିବି। କଥା କରିବା.. ଯାହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଆମର ସମିତି ଉଠାଇବ।

କଥାବାଚକ ପଣ୍ଡିତ ପ୍ରଦୀପ ମିଶ୍ରାଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ପରେ ଦେଶର ଶ୍ରଦ୍ଧାଳୁମାନେ ନିରାଶ ହୋଇଯାଇଛନ୍ତି। ସମସ୍ତ କଥାବାଚକଙ୍କ ଆରୋଗ୍ୟ କାମନା କରିଛନ୍ତି।

ପଣ୍ଡିତ ପ୍ରଦୀପ ମିଶ୍ରା ସବୁବେଳେ ତାଙ୍କ ଶ୍ରଦ୍ଧାଳୁଙ୍କୁ ଖୁସିରେ ରହିବା ପାଇଁ ତିନିଟି ମନ୍ତ୍ର ଦେଇଥାଆନ୍ତି।

ପ୍ରଥମ ମନ୍ତ୍ରଟି ହେଉଛି ମଣିଷକୁ ବଡ଼ ହୃଦୟ ରଖିବା ଉଚିତ । ବଡ଼ ହୃଦୟ ରଖୁଥିବା ବ୍ୟକ୍ତିଙ୍କ ସମାଜରେ ଆପଣାଛାଏଁ ପରିଚୟ ଓ ସମ୍ମାନ ବୃଦ୍ଧିପାଇଥ‌ାଏ।

ଦ୍ବିତୀୟତଃ ସବୁବେଳେ ମଧୁର ବାଣୀ କହିବାକୁ ଚେଷ୍ଟା କରନ୍ତୁ। ମଧୁର ବାଣୀ କହୁଥିବା ବ୍ୟକ୍ତି ଶତ୍ରୁକୁ ବି ନିଜର କରି ନେଇଥାଏ। ଅନେକ ସମୟରେ  ଖରାପ ବାଣୀ କହିବା ଅପେକ୍ଷା ଚୁପ ରହିଯିବା ଉଚିତ ହୋଇଥାଏ। ଏହାଦ୍ବାରା କାହାରି ସହିତ ସମ୍ପର୍କରେ ତିକ୍ତତା ଆସେ ନାହିଁ।

ତୃତୀୟ ମନ୍ତ୍ର ମନର ଶାନ୍ତି। ସବୁବେଳେ ମନକୁ ଶାନ୍ତି ରଖିବାକୁ ଚେଷ୍ଟା କରନ୍ତୁ। ମନରେ ଶାନ୍ତି ନଥିବା ମଣିଷ ସବୁବେଳେ ଦୁଃଖରେ ରହିଥାଏ। ବିଭିନ୍ନ ପ୍ରକାର ନକରାତ୍ମକ ଚିନ୍ତା ତା’ମନରେ ଜାତ ହୋଇଥ‌ାଏ।