ପିଲାଙ୍କ ପାଇଁ ସ୍ୱାସ୍ଥ୍ୟକର ଭୋଜନ ପନୀର ରୋଲ୍‌, ଉପମା ଓ ଗଜା-ପରଟା: ୟୁନିସେଫ୍‌

ନୂଆଦିଲ୍ଲୀ: ପିଲାମାନଙ୍କର କମ୍‌ ଓଜନ, ମେଦ ବହୁଳତା ଏବଂ ରକ୍ତହୀନତା ଭଳି ସମସ୍ୟାକୁ ସୁଧାରିବା ପାଇଁ ୟୁନିସେଫ୍‌ର ଏକ ପୁସ୍ତିକା ମାତ୍ର ୨୦ ଟଙ୍କାରେ ସ୍ୱାସ୍ଥ୍ୟପ୍ରଦ ଆହାର ଖୋଇବା ପାଇଁ କହିଛି।

୨୮ ପୃଷ୍ଠାବିଶିଷ୍ଟ ଏହି ପୁସ୍ତିକାରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ରନ୍ଧନର ପ୍ରକ୍ରିୟା ଏବଂ ସେଥିପାଇଁ ଲାଗୁଥିବା ଖର୍ଚ୍ଚ କଥା ମଧ୍ୟ ଉଲ୍ଲେଖ ରହିଛି।

ପିଲାଙ୍କର ଓଜନ ବଢ଼ାଇବା ପାଇଁ ଆଳୁ ପରଟା, ପନୀର କାଠି ରୋଲ୍‌ ଏବଂ ସାଗୁ କଟ୍‌ଲେଟ୍‌ ଖାଇବାକୁ ଦିଅନ୍ତୁ। ମେଦବହୁଳତା କମାଇବା ପାଇଁ ଡାଲିଜାତୀୟ ଶସ୍ୟ ଗଜା ପରଟା, ଚୁଡ଼ା ସନ୍ତୁଳା ଏବଂ ପରିବା ଉପମା ଦିଅନ୍ତୁ।

ଉପରୋକ୍ତ ଖାଦ୍ୟରୁ ମିଳୁଥିବା କ୍ୟାଲୋରି କାଉଣ୍ଟ୍‌, ପୁଷ୍ଟିସାର, ଶ୍ୱେତସାର, ଚର୍ବି ବିଘଟନ ଏବଂ ସମୁଦାୟ ତନ୍ତୁ, ଲୌହ, ଭିଟାମିନ୍‌ ସି ଏବଂ କାଲ୍‌ସିୟମ୍‌ର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି।

ପୋଷକତତ୍ତ୍ୱ କ’ଣ ଏବଂ ପରିମାଣ କେତେ- ଏହା ଜଣାଇବା ହେଉଛି ଏହି ପୁସ୍ତିକାର ଲକ୍ଷ୍ୟ ବୋଲି ୟୁନିସେଫ୍‌ର ମୁଖ୍ୟ ହେନରିଏଟ୍ଟା ଏଚ୍‌ ଫୋର୍ସ କହିଛନ୍ତି।

ବ୍ୟକ୍ତି ଜୀବନର ଦୁଇଟି ପର୍ଯ୍ୟାୟରେ ପୋଷକତତ୍ତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ହେଉଛି ପିଲା ଜୀବନର ପ୍ରଥମ ହଜାର ଦିନ ଏବଂ ଦ୍ୱିତୀୟଟି ହେଉଛି କିଶୋର ବୟସ।

ସମ୍ବନ୍ଧିତ ଖବର