ଲଣ୍ଡନ : ରବିବାର ସକାଳେ ୟୁକେର ହିଥ୍ରୋ ବିମାନବନ୍ଦରରେ ଅନେକ ଲୋକଙ୍କୁ ପେପର ସ୍ପ୍ରେ ( ଆତ୍ମରକ୍ଷା ପାଇଁ ବ୍ୟବହାର ହେଉଥିବା ଲଙ୍କାଗୁଣ୍ଡ, ଗୋଲମରିଚ ଓ ଅନ୍ୟ ରସାୟନ ଦ୍ରବଣ ଥିବା ସ୍ପ୍ରେ) ଆକ୍ରମଣ କରାଯିବା ପରେ ଆତଙ୍କ ଖେଳିଯାଇଛି। ଖବର ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ଆହୁରି ପଢନ୍ତୁ : Smriti Mandhana: ବିବାହ ସ୍ଥଗିତ ରହିଲା; ଆଗକୁ ବଢ଼ିବାର ସମୟ ଆସିଲା
ସୂଚନା ଅନୁସାରେ ଟର୍ମିନାଲ ୩ର ବହୁତଳ ପାର୍କିଂରେ ଏହି ଘଟଣା ଘଟିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଓ ଅନେକ ବିମାନ ବିଳମ୍ବିତ ହୋଇଥିଲା । ଏହି ଅପ୍ରତ୍ୟାଶିତ ଆକ୍ରମଣ ଯାତ୍ରୀଙ୍କ ପାଇଁ ବହୁତ ସମସ୍ୟା ସୃଷ୍ଟି କରିଥିଲା ଏବଂ ଅନେକ ବିମାନ ଉଡ଼ାଣ ବାଧାପ୍ରାପ୍ତ କରିଥିଲା। ତେବେ ଲଣ୍ଡନର ମେଟ୍ରୋପଲିଟାନ୍ ପୁଲିସ କହିଛି ଯେ ଏହି ଘଟଣା ଆତଙ୍କବାଦ ସହିତ ଜଡିତ ନୁହେଁ ଏବଂ ଏହି ଆକ୍ରମଣ ଯୋଗୁଁ ହୋଇଥିବା ଆଘାତ ମାରାତ୍ମକ ନୁହେଁ। ତେବେ ଏହି ଆକ୍ରମଣ ପରେ କେତେକ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି ।
ଆହୁରି ପଢନ୍ତୁ : Goa Nightclub Fire : ନାଇଟକ୍ଲବର ୪ ମ୍ୟାନେଜର ଗିରଫ, ମାଲିକଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି
ଜଣେ ଅଭିଯୁକ୍ତ ଗିରଫ
ଆକ୍ରମଣକାରୀଙ୍କ ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ, କିନ୍ତୁ ପୁଲିସ ବିଶ୍ୱାସ କରୁଛି ଯେ ବ୍ୟକ୍ତିଗତ ଝଗଡ଼ା ଯୋଗୁଁ ଏପରି ଆକ୍ରମଣ ହୋଇଥାଇପାରେ । ଏହି ଘଟଣାପରେ ସଶସ୍ତ୍ର ପୁଲିସ ଅଧିକାରୀମାନେ ପରେ ପହଞ୍ଚି ଆକ୍ରମଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ତେବେ ଏକାଧିକ ବ୍ୟକ୍ତି ଏହି ଆକ୍ରମଣରେ ସଂପୃକ୍ତ ଅଛନ୍ତି ବୋଲି ପୁଲିସ ସଂଦେହ କରୁଛି । ପୁଲିସ ଏବେ ଅନ୍ୟ ଲୋକମାନଙ୍କୁ ଖୋଜୁଛି ।
ଲଣ୍ଡନ ମେଟ୍ରୋପଲିଟାନ ପୁଲିସର କମାଣ୍ଡର ପିଟର ଷ୍ଟିଭାନ୍ସ କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନଥିଲା ଓ ପରସ୍ପରକୁ ଜାଣିଥିବା କିଛି ଲୋକ ନିଜ ନିଜ ଭିତରେ ଏହି କାଣ୍ଡ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/07/london-airport-2025-12-07-17-39-39.jpg)