ଇଂଲଣ୍ଡ୍ରେ ଚିହ୍ନଟ ହେଲା ଦକ୍ଷିଣ ଆଫ୍ରିକାରୁ ସଂକ୍ରମିତ ତୃତୀୟ ପ୍ରକାରର ପରିବର୍ତ୍ତିତ କୋଭିଡ୍-୧୯ ଭୂତାଣୁ
ଲଣ୍ଡନ୍: ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଯାତ୍ରୀଙ୍କଠାରେ ବ୍ରିଟେନ୍ ଗୁଣସୂତ୍ର ବିବର୍ତ୍ତିତ ଆଉ ଏକ ପ୍ରକାରର କରୋନାଭାଇରସ୍ ଚିହ୍ନଟ କରିଥିବା କଥା ବୁଧବାର ଦିନ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହ୍ୟାଙ୍ଗ୍କକ୍ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଣସୂତ୍ର ପରିବର୍ତ୍ତିତ ଏକ ନୂଆ ପ୍ରକାରର ଭୂତାଣୁ ଚିହ୍ନଟ ହୋଇଛି ବୋଲି ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବିଭାଗ ଗତ ସପ୍ତାହରେ କହିଥିଲା। ଏହି ନୂତନ ପ୍ରଜାତିର ଭୂତାଣୁ ଯୋଗୁଁ ଏବେ ସେଠାରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଥିବା କୁହାଯାଉଛି।
ଗଣମାଧ୍ୟମକୁ ହ୍ୟାଙ୍ଗ୍କକ୍ କହିଛନ୍ତି, ଦକ୍ଷିଣ ଆଫ୍ରିକୀୟମାନଙ୍କ ଗୁଣସୂତ୍ର ଚିହ୍ନଟ କରିବା ସାମର୍ଥ୍ୟକୁ ଧନ୍ୟବାଦ। ଇଂଲଣ୍ଡରୁ ଆମେ ସେହି ପ୍ରକାରର ଦୁଇଟି ନୂତନ କରୋନାଭାଇରସ୍ ସଂକ୍ରମଣ ମାମଲା ଚିହ୍ନଟ କରିଛୁ।
ଉଭୟ ସଂକ୍ରମଣ ସଂସ୍ପର୍ଶଜନିତ ମାମଲା। ଉଭୟ ବ୍ୟକ୍ତି ଗତ କେତେ ସପ୍ତାହ ତଳେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ।
୭୦% ଅଧିକ ସଂକ୍ରମଣ ଥିବା ଅନ୍ୟ ଏକ ପରିବର୍ତ୍ତିତ ତଥା ନୂତନ ପ୍ରକାରର କରୋନାଭାଇରସ୍ ବିସ୍ତାର ଦମନ ନିମନ୍ତେ ବ୍ରିଟେନ୍ ଉଦ୍ୟମ ଚଳାଇଥିବା ବେଳେ ହ୍ୟାଙ୍କ୍କକ୍ କହିଛନ୍ତି ଯେ, ଚିହ୍ନଟ ହୋଇଥିବା ତୃତୀୟ କିସମର ପରିବର୍ତ୍ତିତ ଭୂତାଣୁ ଆହୁରି ଅଧିକ ସଂକ୍ରମଣଶୀଳ।
ତେଣୁ, ଗତ ଦୁଇ ସପ୍ତାହ ହେବ ଯେଉଁମାନେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ ସେମାନଙ୍କୁ କ୍ୱାରେଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ତୁରନ୍ତ କଟକଣା ଜାରି କରାଯାଇଛି।