ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ ପରେ ଏବେ ଭାରତରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବିମାନ ଆକ୍ରମଣ ପରେ ଆଜି ପାକ୍‌ ସେନା ଦ୍ବାରା ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ମୋର୍ଟାର ମାଡ଼ ଜାରି ରହିଥିବାରୁ ସୀମାନ୍ତ ରାଜ୍ୟ ପଞ୍ଜାବ, ଗୁଜରାଟ ଏବଂ ହିମାଚଳ ପ୍ରଦେଶ‌ରେ ହାଇ ଆଲର୍ଟ ଜାରି ହୋଇଛି। ଆକ୍ରମଣର କିଛି ସମୟ ପରେ ଗୁଜରାଟରେ ଏକ ପାକ୍‌ ଗୁଇନ୍ଦା ଡ୍ରୋନ୍‌କୁ ଖସାଇ ଦିଆଯାଇଥିବାବେଳେ ଗୁଜରାଟରେ ସୁରକ୍ଷା ସ୍ଥିତି କଡ଼ାକଡ଼ି କରାଯାଇଛି। ପଞ୍ଜାବର ୬ଟି ଜିଲ୍ଲା ଫିରୋଜପୁର, ତାର୍ନ ତରନ, ଅମୃତସର, ଗୁରୁଦାସପୁର, ପଠାନକୋଟ,ଫିଜଲ୍‌କାରେ ହାଇ ଆଲର୍ଟ ଜାରି ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ ପଞ୍ଜାବରେ ସୁରକ୍ଷା ସ୍ଥିତି ବଢ଼ାଇ ଦିଆଯାଇଛି ଏବଂ ଆସନ୍ତାକାଲି ସେ ସୀମାନ୍ତଅଞ୍ଚଳ ଗସ୍ତ କରିବେ। ଯେ କୌଣସି ପ୍ରକାର ପରିଣାମ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଳି ଅମରିନ୍ଦର କହିଛନ୍ତି।

Advertisment