ପଞ୍ଜାବୀ ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ କାନାଡ଼ା ସରକାରଙ୍କ ସହାୟତା ଲୋଡ଼ିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବୀ ଗ୍ୟାଙ୍ଗଷ୍ଟାରକୁ ଧରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗ୍‌ଵନ୍ତ ମାନ୍ କାନାଡ଼ା ସରକାରଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କାନାଡ଼ା ହାଇକମିସନରଙ୍କୁ ପଞ୍ଜାବ ଏବଂ କାନାଡ଼ା ପୁଲିସର ଏକ ମିଳିତ ଦଳ ଏହି ମାମଲାର ଅନୁସନ୍ଧାନ କରିବାକୁ ଅନୁରୋଧ କରିଛନ୍ତି। ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଵାଲା ହତ୍ୟାକାଣ୍ଡର ମାଷ୍ଟର୍‌ମାଇଣ୍ଡ କାନାଡ଼ାରେ ରହୁଥିବା ଗୋଲ୍ଡି ବ୍ରାର୍‌ ବୋଲି କୁହାଯାଉଥିବା ବେଳେ ଏହି ମାମଲାରେ ଗିରଫ ହୋଇଥିବା ଲରେନ୍ସ୍ ବିଷ୍ଣୋଇ ଏହି ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ପୁଲିସ କହିଛି। ମୁଖ୍ୟମନ୍ତ୍ରୀ ଉଭୟ ଦେଶରେ ଏହି ଗ୍ୟାଙ୍ଗଷ୍ଟାର୍ ଲିଙ୍କ୍‌କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଗ୍ୟାଙ୍ଗଷ୍ଟର୍‌ମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବା ଉଚିତ୍ ଯାହା ଦ୍ଵାରା ଅନ୍ୟମାନେ ଏହିପରି କାର୍ଯ୍ୟକଳାପରେ ଜଡ଼ିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାନାଡ଼ା ପୁଲିସ ସହଯୋଗରେ ଏହି ଗ୍ୟାଙ୍ଗ୍‌ର ମୂଳତ୍ପୋଟନ କରାଯାଇପାରିବ ବୋଲି ମାନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର