ନୂଆଦିଲ୍ଲୀ: ନିଷିଦ୍ଧ ଖଲିସ୍ତାନ ସମର୍ଥକ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ସ୍ୱୟଂଘୋଷିତ ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁ ୨୦୨୫ ଜାନୁଆରିରୁ ଭାରତରେ ଆରମ୍ଭ ହେବାକୁ ଥିବା କୁମ୍ଭ ମେଳାକୁ ଟାର୍ଗେଟ କରିବେ ବୋଲି ଧମକ ଦେଇଛି । ଏହା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଉଠିଛନ୍ତି । 

Advertisment

ଆସନ୍ତା ବର୍ଷ ୟୁପିର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ୨୦୨୫କୁ ଟାର୍ଗେଟ କରାଯିବ ବୋଲି ନିଷିଦ୍ଧ ଏସଏଫଜେ ସୋମବାର ଧମକ ଦେଇଛି। ଏସଏଫଜେ ମୁଖ୍ୟ ତଥା ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ କହିଛନ୍ତି ଯେ ଏହା ମୋଦୀଙ୍କ ହିନ୍ଦୁତ୍ୱ ବିଚାରଧାରାକୁ ଚ୍ୟାଲେଞ୍ଜ କରିବା ପାଇଁ । ଇସ୍କନ୍ ସାଧୁ ଚିନ୍ମୟ କୃଷ୍ଣଙ୍କୁ ଗିରଫ କରିଥିବାରୁ ସେ ବାଂଲାଦେଶ ସରକାରଙ୍କୁ ପ୍ରଶଂସା କରିଛି।

ଏକ ବିବୃତିରେ ପନ୍ନୁ କହିଛନ୍ତି ଯେ ବାଂଲାଦେଶର ମଡେଲକୁ ଅନୁସରଣ କରିବା ଏବଂ ଇଣ୍ଡୋ-କାନାଡିଆନ ହିନ୍ଦୁତ୍ୱ ସଂଗଠନ ଏବଂ ହିନ୍ଦୁ ମନ୍ଦିର ଉପରେ ଲଗାମ ଲଗାଇବା ପାଇଁ ଏସଏଫଜେ କାନାଡାକୁ ନିବେଦନ କରୁଛି। ଗୁଜୁରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଟାର୍ଗେଟ କଲେ ୨୫ ହଜାର ଡଲାର ପୁରସ୍କାର ମିଳିବ ବୋଲି ପନ୍ନୁ କହିଛି। 

 ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପନ୍ନୁଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଅଧୀନରେ ବିଭିନ୍ନ ଅଭିଯୋଗ ଆଣିଛି।