ନୂଆଦିଲ୍ଲୀ: ବେଆଇନ ଘୋଷିତ ଶିଖ୍ସ ଫର ଜଷ୍ଟିସ୍ର ନେତା ତଥା ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପୁଣି ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି। ଏଥିରେ ଆସନ୍ତା ୧୬ ଓ ୧୭ ତାରିଖରେ ଅଯୋଧ୍ୟା ରାମମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦେଇଛି। ଏହି ଭିଡିଓଟି କାନାଡାର ବ୍ରାମ୍ପଟନ୍ରେ ପ୍ରସ୍ତୁତ କରାଯାଇଛି । ଏଥିରେ ହିନ୍ଦୁ ଧାର୍ମିକ ସ୍ଥଳ ଉପରେ ଆକ୍ରମଣ କରିବାକୁ ଆହ୍ବାନ ଦିଆଯାଇଛି। ଏଥିରେ ପନ୍ନୁ କହିଛି, ହିଂସ୍ରକ ହିନ୍ଦୁତ୍ବ ବିଚାରଧାରର ଜନ୍ମସ୍ଥଳୀ ଅଯୋଧ୍ୟା ରାମମନ୍ଦିରର ଭିତ୍ତିଭୂମିକୁ ଦୋହଲାଇଦେବୁ। ଭିଡିଓରେ ଅଯୋଧ୍ୟା ରାମମନ୍ଦିରରେ ପ୍ରତିଷ୍ଠା ଉତ୍ସବ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂଜାର୍ଚ୍ଚନାର ଭିଡିଓ ସଂଲଗ୍ନ ରହିଛି। ଏହା ସହ କାନାଡାରେ ଥିବା ହିନ୍ଦୁମାନଙ୍କୁ ମଧ୍ୟ ସେ ଧମକ ଦେଇଛି। ହିନ୍ଦୁ ମନ୍ଦିରଗୁଡ଼ିକରେ ଖଲିସ୍ତାନୀ ଆକ୍ରମଣ ଠାରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି। ସେହିଭଳି ଭାରତୀୟ ରାଷ୍ଟ୍ରଦୂତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମଧ୍ୟ ହିଂସା ଘଟାଇବାକୁ ଆହ୍ବାନ ଦେଇଛି। ସୂଚନାଯୋଗ୍ୟ ପ୍ରତିବର୍ଷ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ପନ୍ନୁ ଏଭଳି ଧମକ ପୂର୍ଣ୍ଣ ଭିଡିଓ ଜାରି କରିଥାଏ। ନଭେମ୍ବର ୧ରୁ ୧୯ ତାରିଖ ମଧ୍ୟରେ ଏୟାର ଇଣ୍ଡିଆର ବିମାନକୁ ଉଡ଼ାଇ ଦେବାକୁ ଗତମାସରେ ଧମକ ଦେଇଥିଲା।
ଅଯୋଧ୍ୟା ରାମମନ୍ଦିର ଉଡ଼ାଇଦେବାକୁ ପନ୍ନୁର ଧମକ
ବେଆଇନ ଘୋଷିତ ଶିଖ୍ସ ଫର ଜଷ୍ଟିସ୍ର ନେତା ତଥା ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପୁଣି ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି। ଏଥିରେ ଆସନ୍ତା ୧୬ ଓ ୧୭ ତାରିଖରେ ଅଯୋଧ୍ୟା ରାମମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦେଇଛି।