ନୂଆଦିଲ୍ଲୀ: ୨୦୨୨ର ଭୟଙ୍କର ସଡ଼କ ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ପହଞ୍ଚାଇବାର ବ୍ୟବସ୍ଥା କରିଥିବା ଦୁଇ ଦେବଦୂତ ରଜତ କୁମାର ଓ ନିଶୁ କୁମାରଙ୍କୁ ଭାରତୀୟ ବ୍ୟାଟର୍ ଋଷଭ ପନ୍ତ ଦୁଇଟି ସ୍କୁଟର ଉପହାର ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଆବେଗଭରା ବାର୍ତ୍ତା ପ୍ରକାଶ କରି ଉଭୟଙ୍କୁ କୃତଜ୍ଞତା ଜ୍ଞାପନ ବି କରିଛନ୍ତି। ପନ୍ତ ଦେଇଥିବା ସ୍କୁଟର୍କୁ ରଜତ ଓ ନିଶୁ ଚଲାଉଥିବାର ଭିଡିଓ ମଧ୍ୟ ସେମାନେ ନିଜ ନିଜ ଆକାଉଣ୍ଟ୍ରେ ଛାଡ଼ିଛନ୍ତି। ଦୁଇଟି ଯାକ ଗାଡ଼ି ଆଗରେ ସେମାନେ ମଧ୍ୟ ଋଷଭ ପନ୍ତ ଲେଖିଥିବା ଦେଖିବାକୁ ମିଳୁଛି।
୨୦୨୨ ମସିହା ଡିସେମ୍ବର ୩୦ ତାରିଖରେ ପନ୍ତ ନିଜ ସହର ରୁର୍କିକୁ ଯାତ୍ରା କରୁଥିଲା ବେଳେ ଦ୍ରୁତ ଗତିରେ ଯାଉଥିବା ତାଙ୍କ ବିଳାସପୂର୍ଣ୍ଣ କାର୍, ଡିଭାଇଡର୍ରେ ଧକ୍କା ହେବା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ପନ୍ତ ହୁହୁ ହୋଇ ଜଳୁଥିବା କାର୍ ଭିତରୁ ବାହାରିବାକୁ ସଂଘର୍ଷ କରୁଥିଲା ବେଳେ ରଜତ ଓ ନିଶୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। ଠିକଣା ସମୟରେ ଚିକିତ୍ସା ପାଇଥିବାରୁ ପନ୍ତଙ୍କ ଜୀବନ ବଞ୍ଚି ଯାଇଥିଲା। ଯେଉଁଥିପାଇଁ ୧୩ମାସ ଧରି କ୍ରିକେଟ୍ ପଡ଼ିଆକୁ ଓହ୍ଲାଇ ପାରି ନଥିଲେ ସେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/24/W7TiYjlFFUb3LefauokX.jpg)