ମିରଟ: ମର୍ଚାଣ୍ଟ୍‌ ନାଭି ଅଫିସର ସୌରଭ ରାଜପୁତଙ୍କ ହତ୍ୟା ଏବେ ପୂରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ତାଙ୍କ ମୃତ୍ୟୁ ପରେ ତାଙ୍କ ଛଅ ବର୍ଷର ଝିଅ ଯାହା କହିଥିଲେ ତାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ। 

Advertisment

ତେବେ ଜାଣିବାକୁ ମିଳିଛି ଯେ ନାଭି ଅଫିସର୍‌ଙ୍କ ଝିଅ ପାଇଁ ହିଁ ଏହି ହତ୍ୟା ସଂପର୍କରେ ଜାଣିବାକୁ ମିଳିଥିଲା। ସେ ପଡ଼ୋଶୀମାନଙ୍କୁ ବାରମ୍ବାର କହୁଥିଲେ, "ପାପା ଡ୍ରମ୍‌ରେ ଅଛନ୍ତି’’। ଏକଥା ସୌରଭଙ୍କ ମାଆ ରେଣୁ ଦେବୀ କହିଛନ୍ତି। ଏହି ଦାବିରୁ ଜଣାପଡ଼ୁଛି ଯେ ପିଲାଟି ହତ୍ୟା ଏବଂ ପରବର୍ତ୍ତୀ ଘଟଣା ବିଷୟରେ ଅବଗତ ଥିଲା।

ସୌରଭ ରାଜପୁତ, ଯିଏ ତାଙ୍କ ଝିଅର ଷଷ୍ଠ ଜନ୍ମଦିନ ପାଳନ କରିବା ପାଇଁ  ତାଙ୍କ ଗାଁ ମିରଟରେ ଥିଲେ, ତାଙ୍କୁ ମାର୍ଚ ୪ ତାରିଖରେ ହତ୍ୟା କରାଯାଇଥିଲା। ତାଙ୍କ ସ୍ତ୍ରୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ମୃତଦେହକୁ ୧୫ ଖଣ୍ଡ କରି ଏକ ଡ୍ରମ୍ ରେ ଓଦା ସିମେଣ୍ଟ ତଳେ ପୋତି ଦେଇଥିଲେ ବୋଲି ପୁଲିସ କହିଛି।