ରାଜ୍ୟପାଳଙ୍କ ଉପରକୁ କାଗଜ ଫିଙ୍ଗିଲେ

ଷଣ୍ଢ ନେଇ ବିକ୍ଷୋଭ: ୟୁପି ବିଧାନସଭାରେ ହଙ୍ଗାମା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାର ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବିଧାନସଭା ଭିତରେ ରାଜ୍ୟପାଳ ରାମ ନାଏକଙ୍କ ଉପରକୁ କାଗଜ ଗୁଳା ଫୋପାଡ଼ିବା ସହ ବିଧାନସଭା ବାହାରେ ସପା ବିଧାୟକମାନେ ଷଣ୍ଢ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ବେଳେ ଜଣେ ବିଧାୟକ ଅଚେତ ହୋଇପଡ଼ିଥିବା ଜଣାପଡ଼ିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୋଗୀ ସରକାରଙ୍କ ତୃତୀୟ ବଜେଟ୍‌ ଅଧିବେଶନ ୨୨ ଫେବ୍ରୁଆରି ପର୍ଯ୍ୟନ୍ତ ଚାଲିବ। ମଂଗଳବାର ଆରମ୍ଭ ହୋଇଥିବା ଅଧିବେଶନର ପ୍ରଥମ ଦିନରେ ହଙ୍ଗାମା ଯୋଗୁଁ ‌ଗୃହ କାର୍ଯ୍ୟ ଅଚଳ ହୋଇପଡ଼ିଥିଲା। ସପା ବିଧାୟକ ଷଣ୍ଢ ସହିତ ବିଧାନସଭାରେ ଧସେଇ ପଶିବାକୁ ଉଦ୍ୟମ କରିବାକୁ ସେମାନଙ୍କୁ ପୁଲିସ ଅଟକାଇଥିଲା।
ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିବା ମାତ୍ରେ ତାଙ୍କ ଉପରକୁ ସପା ବସପା ବିଧାୟକମାନେ କାଗଜ ଗୁଳା ଫୋପାଡ଼ିଥିଲେ। ତେବେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବି ରାଜ୍ୟପାଳ ତାଙ୍କ ଅଭିଭାଷଣ ପଢ଼ିବା ଜାରି ରଖିଥିଲେ। ବିରୋଧୀ ଦଳ କେବଳ ଗୃହକୁ ଅଚଳ କରିବା ଲକ୍ଷ୍ୟରେ ଏଭଳି ଆଚରଣ କରିଥିବାରୁ ଜନସାଧାରଣ ଏହାର ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ସମ୍ବନ୍ଧିତ ଖବର