ନୂଆଦିଲ୍ଲୀ: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ଚାନ୍ସେଲର ଜାଭେଦ୍ ଅହମଦ ସିଦ୍ଦିକି ଦିଲ୍ଲୀର ମଦନପୁର ଖାଦରରେ ମୃତ ହିନ୍ଦୁ ଜମି ମାଲିକଙ୍କ ନାଁରେ ଜାଲିଆତି କରି ଜମି ଅଧିଗ୍ରହଣ କରିଥିବା ଅଭିଯୋଗ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏଜେନ୍ସି ଅନୁଯାୟୀ, ଖସରା ନମ୍ବର ୭୯୨ରେ ଥିବା ଜମି ଏକ ମିଥ୍ୟା ଜେନେରାଲ ପାୱାର ଅଫ୍ ଆଟର୍ଣ୍ଣି (ଜିପିଏ) ବଳରେ ସିଦ୍ଦିକିଙ୍କ ସହ ଜଡ଼ିତ ଏକ ଟ୍ରଷ୍ଟ ତାର୍ବିୟା ଏଜୁକେସନ୍ ଫାଉଣ୍ଡେସନକୁ ହସ୍ତାନ୍ତର କରାଯାଇଥିଲା। ଜିପିଏ ହେଉଛି ଏକ ଆଇନଗତ ଦସ୍ତାବିଜ ଯାହା ଜଣେ ବ୍ୟକ୍ତିଙ୍କୁ ସମ୍ପତ୍ତି ଓ ଆର୍ଥିକ କାରବାର ସମେତ ବ୍ୟାପକ ପ୍ରସଙ୍ଗରେ ଅନ୍ୟ ଜଣଙ୍କ ତରଫରୁ କାର୍ଯ୍ୟ କରିବା, ଦସ୍ତଖତ କରିବା ଓ ନିଷ୍ପତ୍ତି ନେବାକୁ ଅନୁମତି ଦେଇଥାଏ।
ଇଡି କହିଛି ଯେ ଦସ୍ତାବିଜରେ ଥିବା ଅନେକ ଜମି ମାଲିକ ୧୯୭୨ରୁ ୧୯୯୮ ମଧ୍ୟରେ ମୃତ୍ୟୁବରଣ କରିଥିଲେ, ତଥାପି ଜାନୁଆରି ୭, ୨୦୦୪ରେ ସେମାନଙ୍କ ନାମରେ ଏକ ଜିପିଏ ସୃଷ୍ଟି କରାଯାଇଥିଲା ଏବଂ ପରେ ଜମିକୁ ପୁନଃପଞ୍ଜୀକୃତ କରିବା ପାଇଁ ବ୍ୟବହାର କରାଯାଇଥିଲା। ଅନୁସନ୍ଧାନ ଜାରି ରହିଥିବାରୁ ସିଦ୍ଦିକି ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି। ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଆଇ-୨୦ କାର୍ ବିସ୍ଫୋରଣ ପଛରେ ଆତଙ୍କବାଦୀ ମଡ୍ୟୁଲରେ ଏହାର ତିନି ଜଣ ପ୍ରଫେସରଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଇଡି ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜୱାଦ ଅହମଦ ସିଦ୍ଦିକିଙ୍କୁ ଗିରଫ କରିଥିଲା। ଅଲ୍-ଫଲାହ ଗ୍ରୁପ୍ର ଚେୟାରମ୍ୟାନ୍ ସିଦ୍ଦିକିଙ୍କୁ ମନି ଲଣ୍ଡରିଂ ନିବାରଣ ଅଧିନିୟମ (ପିଏମ୍ଏଲ୍ଏ), ୨୦୦୨ର ଧାରା ୧୯ ଅନୁଯାୟୀ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/29/al-university-2025-11-29-01-28-09.jpg)