ପୂର୍ଣ୍ଣିଆ ଆସନରେ ପଛେଇଗଲେ ପପ୍ପୁ ଯାଦବ

ପାଟନା: ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଆଜି, ବିହାରରେ ମହାଗଠବନ୍ଧନ ମଧ୍ୟରେ ସିଟ୍ ବାଣ୍ଟିବାର ସୂତ୍ର ସ୍ଥିର କରାଯାଇଛି। ଏହି ସୂତ୍ର ଅନୁଯାୟୀ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆସନ ବଣ୍ଟନ ଘୋଷଣା କରିଛନ୍ତି। ଆରଜେଡି ପୂର୍ଣ୍ଣିଆ ସମେତ ୨୬ଟି ଆସନରେ ପ୍ରାର୍ଥୀ ଦେବ। କଂଗ୍ରେସ ୯ଟି ସିଟରେ ପ୍ରାର୍ଥୀ ଦେବାକୁ ଥିବାବେଳେ ୫ଟି ଆସନରେ ବାମଦଳ ପ୍ରାର୍ଥୀଙ୍କୁ ଟିକେଟ ଦେବ। ତେବେ ସବୁଠାରୁ ଚର୍ଚ୍ଚିତ ଆସନ ପୂର୍ଣ୍ଣିଆକୁ ନେଇ ଏବେ ଆଲୋଚନା ଜୋର ଧରିଛି | ବାସ୍ତବରେ ପୂର୍ଣ୍ଣିଆ ଲୋକସଭା ଆସନକୁ ନେଇ ମହାଗଠବନ୍ଧନ ପପୁ ଯାଦବ ଏବଂ ଆରଜେଡିର ବିମା ଭାରତୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା |

ବର୍ତ୍ତମାନ ପରିସ୍ଥିତି ସ୍ପଷ୍ଟ ହୋଇଯାଇଛି ଏବଂ ଏହି ଆସନ ଆରଜେଡି କୋଟାରେ ଥିବାରୁ ମହାଗଠବନ୍ଧନ ପକ୍ଷରୁ ବିମା ଭାରତୀଙ୍କ ନାମ ଘୋଷଣା କରାଯାଇଛି | ତେବେ ଏହାକୁ ନେଇ ପପ୍ପୁ ଖପ୍ପା ହୋଇଛନ୍ତି | ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ପପ୍ପୁ ଯାଦବ ଏହି ଆସନକୁ ତାଙ୍କ ସମ୍ମାନର ବିଷୟ ବୋଲି କହିଥିଲେ । ତେବେ ବିମା ଭାରତୀ ମଧ୍ୟ ଜେଡିୟୁ ଛାଡି ଆରଜେଡିରେ ଯୋଗ ଦେଇଥିଲେ । ବର୍ତ୍ତମାନ ବିମା ଭାରତୀଙ୍କୁ ପୂର୍ଣ୍ଣିଆରୁ ଆରଜେଡି ପ୍ରାର୍ଥୀ କରାଯାଇଛି। ଆଉ ଏହାକୁ ନେଇ ପପ୍ପୁ ଯାଦବ କହିଛନ୍ତି ଯେ ସେ ନିଜ ଜୀବନକୁ ବଳିଦାନ ଦେବେ, କିନ୍ତୁ ପୂର୍ଣ୍ଣିଆକୁ ଛାଡିବେ ନାହିଁ। ସେ ଆତ୍ମହତ୍ୟା କରିବେ, କିନ୍ତୁ ତାଙ୍କ ମା ପୂର୍ଣ୍ଣିଆଙ୍କଠାରୁ ଦୂରେଇ ଯିବେ ନାହିଁ | ତେବେ ତାଙ୍କର ଏହି ବୟାନ ମହାଗଠବନ୍ଧନର ନେତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ |

ସମ୍ବନ୍ଧିତ ଖବର