ପାଟନା: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିରୋଧୀ, ସିନ୍ଦେ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ଯେତେବେଳେ ଏତେ ବଡ ନେତାଙ୍କୁ ହତ୍ୟା କରାଯାଇପାରୁଛି ସେତେବେଳେ ରାଜ୍ୟର ସାଧାରଣ ଲୋକମାନେ କେତେ ସୁରକ୍ଷିତ ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି। ଏହି ସମୟରେ ବିହାରର ସ୍ବଧୀନ ସାଂସଦ ପପୁ ଯାଦବ ଖୋଲାଖୋଲି ଭାବେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଚ୍ୟାଲେଞ୍ଜ କରିଛନ୍ତି। ପପୁ ଯାଦବ କହିଛନ୍ତି ଯେ ଯଦି ଆଇନ ଅନୁମତି ଦିଏ ତେବେ ସେ ୨୪ଘଣ୍ଟା ମଧ୍ୟରେ ଲରେନ୍ସ ବିଷ୍ଣୋଇ ପରି ଦୁଇ ଟଙ୍କିଆ ଅପରାଧୀର ସମ୍ପୂର୍ଣ୍ଣ ନେଟୱାର୍କକୁ ନଷ୍ଟ କରିଦେବେ।
यह देश है या हिजड़ों की फौज
— Pappu Yadav (@pappuyadavjapl) October 13, 2024
एक अपराधी जेल में बैठ चुनौती दे
लोगों को मार रहा है,सब मुकदर्शक बने हैं
कभी मूसेवाला,कभी करणी सेना के मुखिया
अब एक उद्योगपति राजनेता को मरवा डाला
कानून अनुमति दे तो 24घंटे में इस लारेंस बिश्नोई
जैसे दो टके के अपराधी के पूरे नेटवर्क को
खत्म कर दूंगा
ଏକ୍ସରେ ପୋଷ୍ଟ କରି ସେ ଏଭଳି ଦାବି କରିଛନ୍ତି। ସେ ଲେଖିଛନ୍ତି, "ଜେଲରେ ବସିଥିବା ଜଣେ ଅପରାଧୀ ଚ୍ୟାଲେଞ୍ଜ କରି ଲୋକଙ୍କୁ ହତ୍ୟା କରିବାରେ ଲାଗିଛି, ହେଲେ ସମସ୍ତେ ମୁକ ଦର୍ଶକ ପାଲଟିଛନ୍ତି | ଅତୀତରେ ମୁସେୱାଲା, କରଣୀ ସେନାର ମୁଖ୍ୟଙ୍କ ଜୀବନ ଯାଇଥିବା ବେଳେ ଏବେ ଜଣେ ଶିଳ୍ପପତି ତଥା ରାଜନେତାଙ୍କୁ ହତ୍ୟା କରାଗଲା । ଯଦି ଆଇନ ଅନୁମତି ଦିଏ ତେବେ ମୁଁ ୨୪ଘଣ୍ଟା ମଧ୍ୟରେ ଲରେନ୍ସ ବିଷ୍ଣୋଇ ପରି ଦୁଇ ଟଙ୍କିଆ ଅପରାଧୀର ସମ୍ପୂର୍ଣ୍ଣ ନେଟୱାର୍କକୁ ନଷ୍ଟ କରିଦେବି।" ତାଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/SiPZOC6NfXvVR750k74g.jpg)