ପାଟନା: ବେଉର ଜେଲରୁ ବାହାରିଲେ ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବ। ଜେଲରୁ ବାହାରିବା ପରେ ପପ୍ପୁ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିଲା ଏବଂ ସେ ଏହି ମାମଲାକୁ ସୁପ୍ରିମକୋର୍ଟ ଓ ଲୋକସଭା ବାଚସ୍ପତିଙ୍କ ନିକଟରେ ଉଠାଇବେ।
ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବଙ୍କୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିଛି। ପାଟନା ଓ ପୂର୍ଣ୍ଣିଆର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ତିନୋଟି ମାମଲାରେ ତାଙ୍କୁ ଜାମିନ ମିଳିଛି। କୋର୍ଟରୁ ଜାମିନ ପାଇବା ପରେ ପପ୍ପୁ ଯାଦବ ଏବେ ଜେଲରୁ ବାହାରକୁ ଆସିଛନ୍ତି। ତେବେ ଜେଲରୁ ବାହାରିବା ପରେ ପପ୍ପୁ ଯାଦବ ଯେଉଁ ବୟାନ ଦେଇଛନ୍ତି ତାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଆଗାମୀ ଦିନରେ ଏହି ମାମଲା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/13/13bbs_65_13022026_112-2026-02-13-21-10-38.jpg)