ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସର ଗ୍ୟଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ଓଲିଉଡ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ସୁଧୁରୁଥିବା ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ଆଇସିୟୁକୁ ଯାଇଥିବା ବେଳେ ‘ଘରକୁ କେବେ ଫେରିବା’ ବୋଲି ପପୁ ପଚାରିଥିବା ତାଙ୍କ ପତ୍ନୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପପୁଙ୍କ ରକ୍ତ ପରୀକ୍ଷା ରିପୋର୍ଟରୁ ସବୁ ସାଧାରଣ ଥିବା ଜଣାପଡ଼ିଛି। ତେବେ ଯେଉଁ ବିଶେଷଜ୍ଞ ଦଳ ପପୁଙ୍କ ଚିକିତ୍ସା କରୁଛନ୍ତି ସେମାନେ ଏହି ରିପୋର୍ଟକୁ ଅନୁଧ୍ୟାନ କରି ପଦକ୍ଷେପ ନେଉଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯିବ ବୋଲି ଡାକ୍ତରମାନେ କହିଛନ୍ତି। କିନ୍ତୁ ଏବେ ବି ପପୁଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଉଥିବା ଜଣାପଡ଼ିଛି। ତେବେ ପପୁଙ୍କ ଅଗ୍ନାଶୟ ସଂକ୍ରମଣର ପ୍ରକୃତ ସ୍ଥିତି କ’ଣ ରହିଛି ସେନେଇ ଡାକ୍ତରମାନେ କିଛି ସ୍ପଷ୍ଟ କରି ନାହାନ୍ତି।