ପାରାଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ୫ ଖେଳାଳିଙ୍କ ସହ ୬ ଅଧିକାରୀ କରିବେ ଭାରତର ପ୍ରତିନିଧିତ୍ବ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଟୋକିଓ ପାରାଲିମ୍ପିକ୍ସ । ଆଜି ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେଉଛନ୍ତି ଭାରତର ୫ଖେଳାଳିଙ୍କ ସହିତ ୬ଅଧିକାରୀ । ଚଳିତ ଥର ଟୋକିଓ ପାରାଲିମ୍ପିକ୍ସରେ ୫୪ ଜଣ ଆଥଲେଟ ଭାଗ ନେଉଛନ୍ତି । ଏମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୪ଜଣ ମହିଳା କ୍ରୀଡାବିତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ କିଛି ଖେଳାଳି ଟୋକିଓରେ ପହଁଞ୍ଚି ସାରିଥିବା ବେଳେ ଶେଷ ପର୍ଯ୍ୟାୟରେ ବାକି ଖେଳାଳି ଆଜି ଟୋକିଓରେ ପହଁଞ୍ଚିବେ ବୋଲି ଜଣାପଡିଛି । ଆଜି ଅପରାହ୍ଣ ୪ଟାରେ ଅନୁଷ୍ଠିତ ହେବ ଟୋକିଓ ପାରାଲିମ୍ପିକ୍ସର ଉଦଘାଟନୀ ସମାରୋହ।

ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବା ନେଇ ଆଥଲେଟଙ୍କ ସଂଖ୍ୟା ଉପରେ କୌଣସି ସୀମା ନଥିବା ସତ୍ତ୍ବେ ଭାରତ କେବଳ ପାଞ୍ଚ ଜଣ ଆଥଲେଟଙ୍କୁ ପଠାଇଛି। ଦୁଇ ଜଣ ଟେବୁଲ୍ ଟେନିସ୍ ଖେଳାଳି ସୋନାଲବେନ ପଟେଲ ଏବଂ ଭବୀନା ପଟେଲଙ୍କର ବୁଧବାର ପ୍ରତିଯୋଗିତା ଥିବାରୁ ସେମାନେ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିନାହାନ୍ତି | ଚଳିତ ଥର ପାରାଲିମ୍ପିକ୍ସରେ କ୍ଲବ ଥ୍ରୋ ବିଭାଗରେ ଧରମବୀର ନୈନ, ଡିସକସ ଥ୍ରୋରେ ବିନୋଦ କୁମାର, ଲଙ୍ଗଜମ୍ପରେ ରାମପାଲ, ହାଇଜମ୍ପରେ ମାରୟାପାନ୍ନ ଥାଙ୍ଗାଭାଲୁଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ, ଭାରତ୍ତୋଳନରେ ଜୟଦୀପ ଦେସଓ୍ବାଲ ଏବଂ ବନ୍ଧୁକ ଚାଳନାରେ ମନୀଷ ନରଓ୍ବାଲ ଭଲ ପ୍ରଦର୍ଶନ କରିବେ ବୋଲି ଭାରତୀୟ କ୍ରୀଡାବିତମାନେ ଆଶା ରଖିଛନ୍ତି ।

Indian Paralympic Gold Medalist Accused of Murder | The Sport Digest

ଏହି ପ୍ରତିଯୋଗିତାରେ ୧୬୩ ଦେଶର ୪୫୦୦ରୁ ଅଧିକ ଆଥ୍‌ଲେଟ୍‌ ଭାଗନେବେ। ଖେଳାଳିମାନେ ୨୨ କ୍ରୀଡ଼ାର ୫୪୦ ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବେ। ଚଳିତ ବର୍ଷ ଭାରତ ମଧ୍ୟ ଗତ ସଂସ୍କରଣଠୁ ଅଧିକ ପଦକ ଏବଂ ପ୍ରଥମ ଥର ଏହି ସଂଖ୍ୟା ଦୁଇ ଅଙ୍କରେ ପହାଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ୨୦୧୬ ରିଓ ସ୍ବର୍ଣ୍ଣ ବିଜେତା ତାରକା ଜାଭଲିନ୍‌ (ଏଫ୍‌୪୬) ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଏବଂ ଉଚ୍ଚ ଡିଆଁ (ଟି୬୩) ତାରକା ମାରିୟାପ୍ପାନ ଥାଙ୍ଗାଭେଲୁଙ୍କ ନେତୃତ୍ବରେ ୫ ସ୍ବର୍ଣ୍ଣ ସହ ୧୫ ପଦକ ଜିତିବାର ଆଶା ରଖିଛି ଭାରତ। ଭାରତୀୟ ଆଥ୍‌ଲେଟ୍‌ମାନେ ୯ କ୍ରୀଡ଼ାରେ ନିଜର ଚମକ ଦେଖାଇବେ। ସେପ୍ଟେମ୍ବର ୫ ତାରିଖରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର