ପାରାଡାଇଜ୍‌ ପେପର୍‌ସ୍‌ ଲିକ୍‌: ସନ୍ଧାନ ଦେଇ ପାରେ ୭୧୪ ଜଣ ଭାରତୀୟଙ୍କ ଗୁପ୍ତଧନ

ନୂଆଦିଲ୍ଲୀ: ପାନାମା ପେପର୍‌ର ବର୍ଷକ ପରେ, ‘ଆପ୍ଲବି’ ନାମକ ଏକ ଦରିଆପାରି ଲ’ ଫାର୍ମ୍‌ରୁ ନିଆଯାଇଥିବା ନୂଆ ଡାଟା ସେଟ୍‌ ଭାରତୀୟଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷଙ୍କର ଗୁପ୍ତଧନର ସନ୍ଧାନ ଦେବା ସହ କର୍ପୋରେସନ୍‌, ହେଜ୍‌ ଫଣ୍ଡ୍‌ ଏବଂ ଅନ୍ୟମାନେ କେମିତି ଟିକସ ଫାଙ୍କିଛନ୍ତି ତାହା ଧରା ପକାଇ ପାରେ।

ପାରାଡାଇଜ୍‌ ପେପର୍‌ସ୍‌ ବୋଲି କୁହାଯାଉଥିବା ୧୮୦ଟି ଦେଶର ଡାଟାରେ ସଂଖ୍ୟା ଏବଂ ନାମରେ ଭାରତର ସ୍ଥାନ ରହିଛି ୧୯ରେ।
ସେଥିରେ ସମୁଦାୟ ୭୧୪ ଜଣ ଭାରତୀୟଙ୍କ ନାଁ ରହିଛି। ଅନ୍ୟୂନ ଭିନ୍ନ ଭିନ୍ନ ୧୧୮ଟି ଦରିଆପାରି ଦେଶର ନାଅାଁ ଥିବା ଆପ୍ଲବିର ବିଶ୍ୱରେ ଦ୍ୱିତୀୟ ବୃହତ୍ତମ କ୍ଲାଏଣ୍ଟ୍‌ ହେଉଛି ଭାରତ।

Image Courtesy o f The Indian Express

ତାଲିକାରେ ବଲିଉଡ୍‌ ଷ୍ଟାର୍‌ ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟାତା, କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏବଂ କୋର୍ପୋରେଟ୍‌ ଲବିୟିଷ୍ଟ୍‍ ନିରା ରାଡ଼ିଆଙ୍କ ନାଁ ରହିଥିବା କଥା କୁହା ଯାଉଛି। ଆପ୍ଲବି ରେକର୍ଡ ଅନୁସାରେ, ଜୁନ୍‌ ୧୯, ୨୦୦୨ରେ ବଚ୍ଚନ, ସିଲିକନ୍‌ ଭେଲିର ନବୀନ ଚଢ଼ା ଜଲ୍‌ଓ୍ଵା ମିଡିଆ ଲିମିଟେଡ୍‌ର ସେୟାର୍‌ହୋଲ୍‌ଡର୍‌ ଥିଲେ। ସେ କମ୍ପାନି ୨୦୦୦ ମସିହା ଜୁଲାଇ ୨୦ ତାରିଖରେ ବରମୁଡ଼ାଠାରେ ଆରମ୍ଭ ହୋଇ ୨୦୦୫ରେ ଭାଙ୍ଗି ଦିଆଯାଇଥିଲା।

Image Courtesy of Quartz

ଲିକ୍‌ ହୋଇଥିବା ଦଲିଲ୍‌ ପତ୍ରରୁ ଜଣା ପଡ଼ିଛି ଯେ, ଗ୍ୟାସ୍‌ ଉତ୍ପାଦନକାରୀଙ୍କ ସହ ବ୍ୟବସାୟ କରୁଥିବା ଏକ ଫାର୍ମ, ଯେଉଁଥିରେ ରୁଷୀୟ ରାଷ୍ଟପତି ଭ୍ଲାଦିମିର୍‌ ପୁତିନ୍‌ଙ୍କ ଜ୍ୱାଇଁଙ୍କର ଅଂଶ ରହିଛି, ସେଥିରେ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ସଚିବ ଓ୍ଵିଲ୍‌ବର୍‌ ରସ୍‌ଙ୍କର ଅଂଶ ଧନ ରହିଛି। ଏକଦା ପୁତିନଙ୍କ ଜ୍ୱାଇଁ କିରିଲ୍‌ ଶାମାଲୋଭ୍‌ ଏଥିରେ ୨୦% ଅଂଶଧନର ଅଧିକାରୀ ଥିଲେ କିନ୍ତୁ, ଏବେ ଏଥିରେ ତାଙ୍କର ସ୍ୱଳ୍ପ ଅଂଶଧନ ରହିଛି।

 

ସମ୍ବନ୍ଧିତ ଖବର