ନୂଆଦିଲ୍ଲୀ: ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହେବା ପରେ ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ (ବିଡବ୍ଲୁଏଫ୍) ପ୍ରମୋଦ ଭାଗବତଙ୍କୁ ୧୮ ମାସ ପାଇଁ ବ୍ୟାନ୍ କରିଛି। ସେ ଆଉ ପ୍ୟାରିସ ପାରାଲିମ୍ପିକ୍ସ ୨୦୧୪ର ଅଂଶ ହେବେ ନାହିଁ ବୋଲି ସୂଚନା ମିଳିଛି। ଅଗଷ୍ଟ ୧୩ ତାରିଖ, ମଙ୍ଗଳବାର ଦିନ ବିଡବ୍ଲୁଏଫ୍ ଏହି ଖବରକୁ ନିଶ୍ଚିତ କରିଛି।
ମାର୍ଚ୍ଚ ୧ ତାରିଖରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଅଫ୍ ସ୍ପୋର୍ଟ (ସିଏଏସ୍) ର ଆଣ୍ଟି-ଡୋପିଂ ଡିଭିଜନ୍ ବ୍ୟାଡମିଣ୍ଟନ୍ ଖେଳାଳି ପ୍ରଭୋଦଙ୍କୁ ବିଡବ୍ଲୁଏଫ୍ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ଗତ ୧୨ ମାସ ମଧ୍ୟରେ ତିନି ଥର ଡୋପିଂ ପରୀକ୍ଷାରେ ବିଫଳ ହୋଇଛନ୍ତି।
ଭାଗବତ, ଯିଏ ଏସ୍ଏଲ୍୩ ଆଥଲେଟ୍, ସିଏଏସ୍ ଅପିଲ୍ ଡିଭିଜନରେ ଆବେଦନ କରିଥିଲେ। କିନ୍ତୁ ଜୁଲାଇ ୨୯, ୨୦୨୪ରେ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସିଏଏସ୍ ଅପିଲ୍ ଡିଭିଜନ୍ ମାର୍ଚ୍ଚ ୧ ତାରିଖରେ ସେମାନଙ୍କର ନିଷ୍ପତ୍ତି ନିଶ୍ଚିତ କରିଥିଲା।
ଅଗଷ୍ଟ ୧୧ ତାରିଖରେ ଅଲମ୍ପିକ୍ସ ଶେଷ ହୋଇଥିବା ବେଳେ ପାରାଲିମ୍ପିକ୍ସ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ୧୧ ଦିନ ଧରି ହେବ।
ଟୋକିଓ ୨୦୨୦ ପାରାଲିମ୍ପିକ୍ସରେ ପୁରୁଷ ଏକକ ଏସ୍ଏଲ୍୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ପ୍ରମୋଦ ଇତିହାସ ସୃଷ୍ଟି କରିଥିଲେ। ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ଜଣେ ଭାରତୀୟ ଭାବେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୯୮୮ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରମୋଦ ପାଞ୍ଚ ବର୍ଷ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ। ଯାହା ଦ୍ବାରା ତାଙ୍କର ବାମ ଗୋଡ଼ ପ୍ରଭାବିତ ହୋଇଥିଲା। ଏହା ସତ୍ତ୍ବେ ସେ ୧୩ ବର୍ଷ ବୟସରେ ବ୍ୟାଡ୍ମିଣ୍ଟନ ପ୍ରତି ଆକର୍ଷିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/c51b7dda-23bd-4e72-8a5d-bbaa07174cf0.jpg)