ମୁମ୍ବାଇ: ୨୦୦୮ ନଭେମ୍ବର ୨୬ ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀ ଅଜମଲ କସବଙ୍କ ଠାରୁ ଜବତ ହୋଇଥିବା ଏକ ମୋବାଇଲ୍ ଫୋନ୍କୁ ପରମବୀର ସିଂହ ନଷ୍ଟ କରିଦେଇଥିଲେ ବୋଲି ଜଣେ ଅବସରପ୍ରାପ୍ତ ସହକାରୀ ପୁଲିସ କମିସନର୍ ଦାବି କରିଛନ୍ତି।
ଜୁଲାଇ ମାସରେ ଅବସରପ୍ରାପ୍ତ ସହକାରୀ ପୁଲିସ କମିସନର୍ ଶାମ୍ଶେର୍ ସିଂହ ପଠାନ୍ ଏ ସଂକ୍ରାନ୍ତରେ ମୁମ୍ବାଇର ପୁଲିସ କମିସନର୍ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ସେ ଅନୁରୋଧ କରିଥିଲେ ଯେ, ସମୁଦାୟ ମାମଲାର ତଦନ୍ତ କରି ସିଂହଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଚାରି ମାସ ତଳେ ପଠାନ୍ ଏହି ଅଭିଯୋଗ ଦାଖଲ କରିଥିଲେ ମଧ୍ୟ ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍ ହୋଇଛି। ଚଳିତ ବର୍ଷ ମାର୍ଚ ମାସରେ ପରମବୀର ମୁମ୍ବାଇ ପୁଲିସ ମୁଖ୍ୟ ପଦବୀରୁ ହଟିବା ପରେ ତାଙ୍କ ସ୍ଥାନରେ ହେମନ୍ତ ନାଗରାଲେ ନିଯୁକ୍ତି ପାଇଥିଲେ।
Image Courtesy of Zee Newsପଠାନ୍ଙ୍କ ଅଭିଯୋଗ ଅନୁସାରେ, ଡିବି ମାର୍ଗ ଥାନାର ତତ୍କାଳୀନ ବରିଷ୍ଠ ଇନ୍ସ୍ପେକ୍ଟର୍ ଏନ୍ଆର୍ମାଲି ତାଙ୍କୁ କହିଥିଲେ ଯେ, ସେମାନେ କସବଙ୍କ ଠାରୁ ଗୋଟାଏ ଫୋନ୍ ଜବତ କରି କାମ୍ବଲେ ନାମକ ଜଣେ କନେଷ୍ଟବଳଙ୍କୁ ଦେଇଥିଲେ। କିନ୍ତୁ, ସେତେବେଳେ ‘ଆଣ୍ଟି-ଟେରିରିଜମ୍ ସ୍କ୍ବାଡ୍’ର ଡିଆଇଜି ଥିବା ପରମବୀର ସିଂହ କନେଷ୍ଟବଳ କାମ୍ବଲେଙ୍କ ଠାରୁ ସେ ଫୋନ୍ଟିକୁ ନେଇ ନଷ୍ଟ କରି ଦେଇଥିଲେ। କସବ ପାକିସ୍ତାନୀ ହ୍ୟାଣ୍ଡ୍ଲର୍ଙ୍କ ଠାରୁ ନିର୍ଦେଶ ଗ୍ରହଣ କରୁଥିବାରୁ ସେ ଫୋନ୍ଟି ତଦନ୍ତ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ତେଣୁ, ସିଂହ ଗୋଟାଏ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ କରିଦେଇଥିବା ପଠାନ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Parambir-Singh-Destroyed-The-Mobile-Phone-of-Kasab-of-26-11-Mumbai-Attacks_Thumbnail.jpg)