ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂହଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ଦାବି କରି ପରମବୀର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍ ସଂଜୟ କିଶନ କୌଲ୍ ଏବଂ ଆର୍ ସୁଭାଷ ରେଡ୍ଡିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ପରମବୀର ସିଂହଙ୍କ ଦ୍ବାରା ହୋଇଥିବା ଆବେଦନକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିଛନ୍ତି। ତେବେ ଏହି ମାମଲା ସୁପ୍ରିମକୋର୍ଟ ନୁହେଁ ହାଇକୋର୍ଟକୁ ଯିବା ଉଚିତ୍ ବୋଲି ଖଣ୍ଡପୀଠ କହିଛନ୍ତି। ଆବେଦନକାରୀଙ୍କୁ ଜଷ୍ଟିସ୍ କୌଲ୍ କହିଛନ୍ତି, ମାମଲା ଖୁବ୍ ଜଟିଳ, ଏଥିରେ କୌଣସି ସନ୍ଦେହ ନାହିଁ। ଧାରା ୨୨୬ ଅଧୀନରେ ଏହି ଆବେଦନ ହାଇକୋର୍ଟରେ ଦାଖଲ ହେବା ଉଚିତ୍ ବୋଲି ଜଷ୍ଟିସ୍ କୌଲ କହିଛନ୍ତି। ସେହିପରି ଦେଶମୁଖ୍ଙ୍କୁ କାହିଁକି ଏହି ମାମଲାରେ ପକ୍ଷଭୁକ୍ତ କରାଯାଇନି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ପରମବୀର ସିଂହଙ୍କ ଆବେଦନ: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ, ମାମଲା ଅତି ଗମ୍ଭୀର, ହାଇକୋର୍ଟ ଯିବାକୁ କହିଲେ
/sambad/media/post_attachments/wp-content/uploads/2021/03/param-bir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)