ଭୁବନେଶ୍ବର : ନୀତି ଆୟୋଗ ଏହାର ସିଇଓ ଭାବେ ପରମେଶ୍ୱରନ ଆୟାରଙ୍କୁ ସ୍ୱାଗତ କରିଛି । ଜଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ୨୫ ବର୍ଷରୁ ଅଧିକ ସମୟର ଅନୁଭବ ସହିତ ଶ୍ରୀ ଆୟାର ଭାରତର ପ୍ରମୁଖ ୨୦ ଡଲାର ବିଲିୟନ୍ର ସ୍ୱଚ୍ଛ ଭାରତ ମିସନ କାର୍ଯ୍ୟାନ୍ୱୟନର ନେତୃତ୍ୱ ନେଇଥିଲେ। ଯେଉଁଥିରେ ସେ ସଫଳତାପୂର୍ବକ ୫୫୦ ମିଲିୟନ୍ ଲୋକ ମାନଙ୍କୁ ସୁରକ୍ଷିତ ସ୍ୱଚ୍ଛତା ପ୍ରଦାନ କରିଛନ୍ତି।
‘ପୁଣି ଥରେ ଦେଶ ସେବା କରିବା ପାଇଁ ନୀତି ଆୟୋଗର ସିଇଓ ରୂପରେ ଏହି ଅବିଶ୍ୱସନୀୟ ସୁଯୋଗ ମିଳିଥିବାରୁ ମୁଁ ସମ୍ମାନିତ ଏବଂ ବିନମ୍ର । ଏକ ପରିବର୍ତ୍ତିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବାର ଆଉ ଏକ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଗଭୀର କୃତଜ୍ଞତା ଜଣାଉଛି’ ବୋଲି ଶ୍ରୀ ଆୟାର କହିଛନ୍ତି । ଉତ୍ତରପ୍ରଦେଶ କ୍ୟାଡର ୧୯୮୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଶ୍ରୀ ଆୟାର ସରକାରୀ ଏବଂ ଘରୋଇ ଉଭୟ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ସେ ୨୦୧୬-୨୦ ଅବଧିରେ ନୂଆଦିଲ୍ଲୀରେ ଭାରତ ସରକାରଙ୍କ ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟର ସଚିବ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/parameswarn-ayar.jpg)